Categories: ଖେଳ

ଖେଳାଳିଙ୍କୁ ଜାଣିବା ପାଇଁ କୋଚ ରିକି ପଣ୍ଟିଂଙ୍କ ନୂଆ ଫର୍ମୁଲା

ମୁମ୍ବାଇ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ମାର୍ଚ୍ଚ ୨୬ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଚ୍‌ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଦଳ ଗତ ସିଜିନରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏଥର ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପଣ୍ଟିଂ। ଖେଳାଳିଙ୍କୁ ଜାଣବା ପାଇଁ ସେ ନୂଆ ଫର୍ମୁଲା ଆପଣାଇଛନ୍ତି।
ପଣ୍ଟିଂ କହିଛନ୍ତି, ମୁଁ ଖେଳାଳିମାନଙ୍କୁ ସେମାନଙ୍କ ରୁମ୍‌ରେ ଥିବାବେଳେ କବାଟ ଖୋଲା ରଖିବାକୁ କହିଛି। ମୁଁ ଜାଣି ନ ଥିବା ସମସ୍ତ ଯୁବ ଖେଳାଳିଙ୍କ ସହ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ କରିବାକୁ ଯାଉଛି। ଯୂବ ଖେଳାଳିଙ୍କ ପ୍ରତି ଭଲପାଇବା ଦେଖାଇଲେ, ସେମାନେ ନିଶ୍ଚିନ୍ତ ସମ୍ମାନ ଦେବେ। ଏହି ସମୟରେ ଆମର ଧ୍ୟାନ ହେଉଛି ଆମର ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ହେବା ଉଚିତ୍‌। ଖେଳାଳିଙ୍କ ସହ ମୋର ପ୍ରଥମ ଅଧିବେଶନ ବହୁତ ଭଲ ଥିଲା ବୋଲି ସେ କହିଛନ୍ତି। ଦଳ ସହିତ ତାଙ୍କର ପ୍ରଥମ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପରଠାରୁ ପଣ୍ଟିଂ ଯୁବ ଖେଳାଳିଙ୍କ ଦ୍ୱାରା ପ୍ରଭାବିତ ହୋଇଛି।
ଦିଲ୍ଲୀ କ୍ୟାପିଟାଲ୍ସ ମାର୍ଚ୍ଚ ୨୭ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ।

Share