କରୋନା ସଂକ୍ରମଣ ଯୋଗୁ କୋଚିଂ ସେଣ୍ଟର ବନ୍ଦ, ଶିକ୍ଷାର୍ଥୀଙ୍କ ହଙ୍ଗାମା

ପାଟନା,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ୍‌, କଲେଜ ତଥା କୋଚିଂ ସେଣ୍ଟରକୁ ବନ୍ଦ କରାଯାଇଛି। କୋଚିଂ ସେଣ୍ଟରୁ ବନ୍ଦ ଘଟଣାକୁ ନେଇ ସାସାରାମ ଅଞ୍ଚଳର ଚୌରାହା ଏବଂ ଗୋରାକ୍ଷଣୀ ବଜାର ନିକଟରେ ଶିକ୍ଷାର୍ଥୀମାନେ ହଙ୍ଗାମା କରିଛନ୍ତି। ଶିକ୍ଷାର୍ଥୀମାନେ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଛନ୍ତି। ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ। ପୋଲିସ ଶିକ୍ଷାର୍ଥୀବାଧା ଦେବାରୁ ସେମାନେ ଧସ୍ତାଧସ୍ତି ଆରମ୍ଭ କରିଥିଲେ। ଏଥିରେ ଥାନା ଇନଚାର୍ଜ ନାରାୟଣ ସିଂଙ୍କ ସମେତ ୩ ଜଣ ପୋଲିସ ଆହତ ହୋଇଛନ୍ତି। ୯ ଶିକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ଜିଲାପାଳ ଧର୍ମେନ୍ଦ୍ର କୁମାର ଏବଂ ଏସ୍‌ପି ଆଶିଷ ଭାରତୀ ପହଞ୍ଚି ଛାତ୍ରମାନଙ୍କୁ କରୋନା ମାର୍ଗଦର୍ଶିକା ପାଳନ କରିବା ସହିତ ଘରକୁ ଫେରିଯିବାକୁ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣରେ ସମସ୍ତ କାର୍ଯ୍ୟ କଳାପ ଜାରି ରହିଛି। କିନ୍ତୁ ପ୍ରଶାସନ ପକ୍ଷରୁ କେବଳ କୋଚିଂ ସେଣ୍ଟରକୁ ବନ୍ଦ କରାଯାଉଥିବାରୁ ଶିକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାଦ୍ୱାରା ସେମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି।

Share