ମୁମ୍ବାଇ: ବାଣିଜି୍ୟକ କୋଇଲା ଖଣି ଅନ୍ତର୍ଗତ ୧୯ କୋଇଲା ବ୍ଲକ ନିଲାମ ହୋଇଛି। ଏହି ବ୍ଲକ୍ଗୁଡିକ ଘରୋଇ ହାତକୁ ଯାଇଛି। ନିଲାମ ପ୍ରକ୍ରିୟାରେ ୪୨ କମ୍ପାନୀ ସାମିଲ ହୋଇଥିଲେ। ଏହା ମଧ୍ୟରେ ୪୦ କମ୍ପାନୀ ଘରୋଇ କ୍ଷେତ୍ରର ରହିଥିଲେ। ଏହା ଦ୍ୱାରା ରାଜ୍ୟଗୁଡିକୁ ବାର୍ଷିକ ପ୍ରାୟ ୭ ହଜାର କୋଟି ଟଙ୍କା ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହି ବ୍ଲକଗୁଡିକର କାମ ଆରମ୍ଭ ହେଲେ ପ୍ରାୟ ୬୯ ହଜାର ରୋଜଗାର ସୃଷ୍ଟି ହେବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ସୂଚନା ଦେଇଛନ୍ତି।