Categories: ବାଣିଜ୍ୟ

ବୃଦ୍ଧି ପାଇଛି କୋଇଲା ଆମଦାନୀ

ନୂଆଦିଲ୍ଲୀ,୧୦।୪: କ୍ରମାଗତ ଭାବେ ଦେଶରେ କୋଇଲା ଆମଦାନୀ ବଢ଼ି ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ ପ୍ରାୟ ୩୨% କୋଇଲା ଆମଦାନୀ ହୋଇଥିବା ଜଣାପଡିଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ ପ୍ରାୟ ୧୪୯ ମେଟ୍ରିକ ଟନ୍‌ (୧୪୮.୫୮ଏମ୍‌ଟି) କୋଇଲା ଆମଦାନୀ ହୋଇଥିବା ବେଳେ ୨୦୨୧-୨୨ ବର୍ଷରେ ୧୧୨.୩୮ ଏମ୍‌ଟି କୋଇଲା ଆମଦାନୀ ହୋଇଥିଲା। ଏପରିକି ୨୦୨୧-୨୨ ବର୍ଷର ଆମଦାନୀ ତୁଳନାରେ ୨୦୨୨-୨୩ ବର୍ଷର ଆମଦାନୀ ପ୍ରାୟ ୩୨% ଅଭିବୃଦ୍ଧି ଘଟିଛି ବୋଲି ଏମ୍‌ ଜଙ୍କସନ ପକ୍ଷରୁ ଜାରି ଏକ ବିସ୍ତୃତ ରିପୋର୍ଟରେ ଏ ନେଇ ଉଲ୍ଲେଖ କରାଯାଇଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଫେବୃୟାରୀ ମଧ୍ୟରେ କେବଳ କୋକିଂ କୋଇଲା ଆମଦାନୀ ପ୍ରାୟ ୮ (୭.୬୯) % ବୃଦ୍ଧି ଘଟି ୫୦.୦୫ ଏମଟି ଟନ୍‌ରେ ପହଞ୍ଚତ୍ଛି। ଯାହା ଗୋଟିଏ ବର୍ଷ ପୂର୍ବରୁ ସମାନ ଅବଧିରେ ୪୬.୮୯ ଏମ୍‌ଟି ଥିଲା। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଅଣ-କୋକିଂ କୋଇଲାର ଆମଦାନୀ ୧୧.୬୮ ଏମଟି ହୋଇଥିଲା, ଯାହାକି ୨୦୨୨ ଫେବୃୟାରୀରେ ୯.୪୨ ଏମ୍‌ଟି ଆମଦାନୀ ରହିଥିଲା। ୨୦୨୩ ଫେବୃୟାରୀରେ କୋକିଂ କୋଇଲାର ଆମଦାନୀ ବଢ଼ି ୪.୪୦ ଏମଟିରେ ପହଞ୍ଚତ୍ଥିଲା, ଯାହା ୨୦୨୨ ଫେବୃୟାରୀରେ ୪.୦୩ ଏମଟି ରହିଥିଲା।

ଏ ସମ୍ପର୍କରେ ଏମ୍‌ ଜଙ୍କସନର ପ୍ରବନ୍ଧନ ନିର୍ଦ୍ଦେଶକ ବିନୟ ବର୍ମା କହିଛନ୍ତି, ଘରୋଇ ଆବଶ୍ୟକତା ସହ ସମୁଦ୍ର ମାର୍ଗରେ ଆସୁଥିବା କୋଇଲା ଶସ୍ତା ପଡ଼ୁଥିବାରୁ ଭାରତୀୟ ବ୍ୟବସାୟୀ ଏବଂ ଉପଭୋକ୍ତାମାନେ ବ୍ୟାପକ ପରିମାଣର କୋଇଲା ଆମଦାନୀ କରୁଛନ୍ତି। ତେବେ ଷ୍ଟକ୍‌ ସ୍ଥିତି ଭଲ ରହିଥିବା କାରଣରୁ ଆଗାମୀ ମାସରେ କୋଇଲା ଆମଦାନୀରେ ହ୍ରାସ ହୋଇପାରେ ବୋଲି ଶର୍ମା ମତପ୍ରକାଶ କରିଛନ୍ତି।

Share