ନୂଆଦିଲ୍ଲୀ,୨୮।୪: କୋଇଲାର ଚାହିଦାକୁ ନଜରରେ ରଖି ଆଗାମୀ ତିନି ବର୍ଷ ପାଇଁ ଭାରତ କୋଇଲା ଆମଦାନୀ ବୃଦ୍ଧି କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆର୍କେ ସିଂହ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିଭଳି ମନ୍ତ୍ରୀଙ୍କ ସୂଚନା ଅନୁସାରେ ବିଶ୍ୱର ୨ୟ ସର୍ବାଧିକ କୋଇଲା ଆମଦାନୀ କରୁଥିବା ଭାରତ ୨୦୨୫ ମସିହା ସୁଦ୍ଧା ବୈଶ୍ୱିକ ଡିମାଣ୍ଡ୍ରେ ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି କରିପାରେ। ମଙ୍ଗଳବାର ମନ୍ତ୍ରୀଙ୍କର ରାଜ୍ୟଗୁଡ଼ିକ ସହିତ ହୋଇଥିବା ବୈଠକରେ ରାଜ୍ୟଗୁଡ଼ିକୁ କୋଇଲା ଉତ୍ପାଦନ ଜାରି ରଖିବାକୁ କୁହାଯାଇଛି। ଯାହାଦ୍ୱାରା ୨୦୨୫ ସୁଦ୍ଧା କୋଇଲା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଉଲ୍ଲେଖନୀୟ ଫଳାଫଳ ମିଳିପାରିବ।