କୋଲକାତା,୧୩।୧୦: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାରେ ଏକ କୋଇଲା ଖଣି ଭୂଷୁଡି ଯିବାରୁ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର କେତେଜଣ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ରାଣୀଗଞ୍ଜ ପୋଲିସ ଷ୍ଟେଶନ ଅଧୀନରେ ଥିବା ଏଗରା ଗ୍ରାମ ପଞ୍ଚାୟତର ନାରାୟଣକୁଡି ଅଞ୍ଚଳରେ ଥିବା ଇଷ୍ଟର୍ଣ୍ଣ କୋଇଲଫିଲ୍ଡ ଲିମିଟେଡ (ଇସିଏଲ) ଖଣିରୁ ବେଆଇନ ଭାବେ କୋଇଲା ବାହାର କରାଯାଉଥିବା ବେଳେ ଏହି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି।
ମୃତକଙ୍କ ନାମ ଦୀନେଶ ରୁଇଦାସ (୩୮), ସୁମିର ବାଉରୀ (୧୭) ଏବଂ ସୁରଜିତ ସେନ (୨୧), ଯେଉଁମାନେ ଆଖପାଖ ଅଞ୍ଚଳର ବାସିନ୍ଦା ଥିଲେ।
ଇରଫାନ ଅହମ୍ମଦ ଅନସାରୀଙ୍କ ନେତୃତ୍ୱରେ ଏକ ଟିମ, ସୀତାରାମପୁର, ମାଇନ ସେଫ୍ଟି ଜୋନ ୧, ଘଟଣାର ତଦନ୍ତ ଆରମ୍ଭ କରି ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ।
ସେ କହିଛନ୍ତି ଏହା ଏକ ଆଇନଗତ ଖଣି କିନ୍ତୁ ବୁଧବାର ଅପରାହ୍ନରେ ବେଆଇନ ଭାବେ କୋଇଲା ଉତ୍ତୋଳନ କରାଯାଉଥିବା ବେଳେ ଏହି ଘଟଣା ଘଟିଛି। ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ଅଧିକ ଅନୁସନ୍ଧାନ କରାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି।