କୋଇଲା ଖଣିରେ ନିଆଁ: ଫସିଛନ୍ତି ୪୬ ଶ୍ରମିକ

ମସ୍କୋ, ୨୫।୧୧: ରୁଷିଆର ସାଇବେରିଆରେ ଥିବା ଏକ କୋଇଲା ଖଣିରେ ଗୁରୁବାର ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନ୍ୟ କେତେଜଣ ଖଣି ଭିତରେ ଫସିରହିଥିବା ଜଣାପଡ଼ିଛି।

କେମେରୋଭୋ ଅଞ୍ଚଳର ଲିସ୍‌ଭ୍ୟାଝନାୟା ଖଣିର କୋଇଲା ଗୁଣ୍ଡରେ ନିଆଁ ଲାଗିଯିବାରୁ ଖଣିରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ସେହି ସମୟରେ ଖଣି ଭିତରେ ୨୮୫ ଜଣ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୩୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୪୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଫିସି ରହିଥିବା ଅନ୍ୟ ୪୬ଜଣଙ୍କୁ ବାହାର କରିବା ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁରକ୍ଷା ନିୟମ ଉଲ୍ଲଂଘନ ଯୋଗୁ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Share