କୋଇଲା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ: ଜଣେ ମୃତ, ୪ ନିଖୋଜ

କାଜାକିସ୍ତାନ,୧୮ା୮: କାଜାକିସ୍ତାନର ଆର୍ସେଲର ମିତ୍ତଲ କୋଇଲା ଖଣିରେ ଅଗ୍ନିକାଣ୍ଡ ଘଟି ଜଣେ ଖଣି ମାଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ଶୁକ୍ରବାର କମ୍ପାନୀ କହିଛି, ଉଦ୍ଧାରକାରୀମାନେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଛନ୍ତି।

ଏହି ଖଣିରେ ମୋଟ୍‌ ୨୨୭ ଜଣ ଥିଲେ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଉ ୪ ଜଣଙ୍କୁ ଉଦ୍ଧାକାରୀମାନେ ଖୋଜାଖୋଜି କରୁଛନ୍ତି।

Share