Posted inଜାତୀୟ

କୋଇଲା ଖଣିରେ ବନ୍ୟାପାଣି: ୩ ମୃତ

ଗୁଆହାଟୀ,୮।୧: ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ ସୋମବାର ଅଚାନକ ବନ୍ୟାପାଣି ପଶିଯିବାରୁ ଏହା ଭିତରେ ଥିତ୍ବା ଶ୍ରମିକମାନେ ବାହାରି ନ ପାରି ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମଙ୍ଗଳବାର ମିଳିଥିବାବେଳେ ନିଖୋଜ ଥିବା ଅନ୍ୟ ୬ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩୦୦ ଫୁଟ୍‌ ଗଭୀରର ଏହି ‘ର଼୍ୟାଟ୍‌ ହୋଲ୍‌’ ଖଣିର ୧୦୦ ମିଟର ପର୍ଯ୍ୟନ୍ତ ପାଣିରେ ବୁଡ଼ିଯାଇଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟରେ ୩୦ ଜଣିଆ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌)ର ୮ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସ୍ଥଳ ଓ ବାୟୁସେନା ଯବାନ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବାବେଳେ ବିଶାଖାପାଟଣାରୁ ନୌସେନାର ବୁଡ଼ାଳିମାନେ ଆସି ପହଞ୍ଚତ୍ଛନ୍ତି।
କୋଇଲା ଖଣିଟି ବେଆଇନ ଭାବରେ ଚାଲିଥିଲା ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏନେଇ ଖଣି ଓ ଖଣିଜ ଆଇନ, ୧୯୫୭ର ଆନୁଷଙ୍ଗିକ ଧାରା ଅନୁଯାୟୀ ତଦନ୍ତ ପାଇଁ ମାମଲା ରୁଜୁ ହୋଇଛି। ମାମଲା ସହ ସମ୍ପୃକ୍ତ ପୁନିଶ ନୁନିସାଙ୍କୁ ଗିରଫ କରାଯାଇଛି। ୧୫ ଜଣ ଶ୍ରମିକ ଫସିଥିବା ପ୍ରଥମେ କୁହାଯାଉଥିବାବେଳେ, ଖଣି କର୍ମଚାରୀମାନେ ଫସିଥିବା ୯ ଶ୍ରମିକଙ୍କ ନାଁ ଦେଇଥିଲେ। ଉଦ୍ଧାର କାର୍ଯ୍ୟ ପାଇଁ ସେନା ଏବଂ ଆସାମ ରାଇଫଲ୍ସର ବିଶେଷଜ୍ଞ ବୁଡ଼ାଳି, ଇଞ୍ଜିନିୟର, ମେଡିକାଲ ଟିମ୍‌ ଓ ସହକାରୀ କର୍ମଚାରୀମାନେ ଆବଶ୍ୟକ ଉପକରଣ ସହ ଉପସ୍ଥିତ ରହିଥିବା ଗୁଆହାଟୀର ପ୍ରତିରକ୍ଷା ମୁଖପାତ୍ର ଲ୍ୟୁଟ୍‌ନାଣ୍ଟ କଲୋନେଲ୍‌ ମହେନ୍ଦର ରାଓ୍ବତ୍‌ କହିଛନ୍ତି। ପ୍ରଶାସନ ସହ ସମ୍ପର୍କ ରଖି ସବୁ ପ୍ରକାର ଉଦ୍ୟମ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ବିଷୟରେ ଏମିତି କଥା କେବେ ବି ଶୁଣି ନ ଥିବେ, ମାନନ୍ତୁ କି ନ ମାନନ୍ତୁ ସତ ଜାଣିଲେ…

ନୂଆଦିଲ୍ଲୀ,୬।୪: ଯିଏ ଅସମ୍ଭବକୁ ସମ୍ଭବ କରନ୍ତି, ତାଙ୍କ ନାମ ଧୋନି। ଦଳର ସଫଳ ରନ ଚେଜରେ ତାଙ୍କର ଅବଦାନ ତାଙ୍କ ସଫଳତାର କାହାଣୀ ବଖାଣିଥିଲା। କିନ୍ତୁ,...

୧୬ରେ ଦିବ୍ୟାଙ୍ଗଙ୍କୁ ନେଇ ଖେଳ, ସାଂସ୍କୃତିକ ପ୍ରତିଯୋଗୀତା ପ୍ରତିଯୋଗିତା ସଫଳତା ନେଇ ସନ୍ଦେହ, ଆସିଲେନି…

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା କ୍ରୀଡା, ସାଂସ୍କୃତିକ ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ...

ଧୋନୀଙ୍କ ଅବସର ଚର୍ଚ୍ଚା ଭିତରେ CSK coachଙ୍କର ବଡ଼ ବୟାନ, ସମସ୍ତେ କାବା

ଚେନ୍ନାଇ,୬।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ ମ୍ୟାଚ ପରେ ଏମଏସ ଧୋନୀଙ୍କ ଅବସର...

ବନ୍ଧୁତାରୁ ପ୍ରେମ…IPL ଖେଳୁଥିବା ଏହି କ୍ରିକେଟର ନିଜଠାରୁ ୭ ବର୍ଷ ବଡ଼ ମୁସଲମାନ ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ, ଏବେ…

ନୂଆଦିଲ୍ଲୀ,୬।୪: ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ଶେଷରେ ସେମାନେ ଆଉ ପାଦେ ଆଗକୁ ଯାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମେ କହୁଛୁ...

ବଡ଼ ଖବର: ହ୍ବାଇଟ ହାଉସ୍‌ ଛାଡିବେ ଏଲନ ମସ୍କ

ଓ୍ବାଶିଂଟନ୍‌, ୬।୪: ଆମେରିକା ପ୍ରଶାସନରେ ବଡ଼ ଚେହେରା ବନିଥିବା ଏଲନ ମସ୍କ ଖୁବଶୀଘ୍ର ହ୍ବାଇଟ ହାଉସ୍‌ ଛାଡି ପାରନ୍ତି। ଏନେଇ ବଡ଼ ଖବର ସାମ୍ନାକୁ ଆସିଛି।...

ସ୍ବଚ୍ଛତା ସୃଷ୍ଟିକରେ ସୁସ୍ଥ ପରିବେଶ, ବାତାବରଣ

ରାଇକିଆ,୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ତରଫରୁ ରବିବାର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ...

ଗଞ୍ଜାମ ସହରରେ ଶ୍ରୀରାମ ନବମୀ: ଋଷୁକୂଲ୍ୟାରୁ ଅଣାଗଲା ଜଳ ଭାର

ଗଞ୍ଜାମ,୬।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଶ୍ରୀରାମ ନବମୀ ଧୂମଧାମରେ ପାଳିତ ହେଉଛ।ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ପୁଇଁତୋଳା...

ଭାଜପାର ୪୬ ତମ ପ୍ରତିଷ୍ଠା ଦିବସ ଘରେ ଘରେ ପତାକା କାର୍ଯ୍ୟକ୍ରମ ଶୁଭାରମ୍ଭ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଭାଜପା ର ୪୬ ତମ ପ୍ରତିଷ୍ଠା ଦିବସ ରବିବାର ଓ ସୋମବାର ଦୁଇଦିନ ପାଳିତ ହେବ। ଏହି ଅବସରରେ ସମସ୍ତଙ୍କ ଘରେ ପତାକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image