କୋଇଲା ପ୍ଲାଣ୍ଟରେ ନିଆଁ: ଜିଅନ୍ତା ଜଳିଗଲେ ୨୫, ଅନେକ ଆହତ

ବେଜିଂ,୧୬ା୧୧:ଗୁରୁବାର ସକାଳେ ଚାଇନାରେ ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ଶାନସି ପ୍ରଦେଶର ଲୁଲିଆଙ୍ଗରେ ଥିବା ଏକ କୋଇଲା କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିବାରୁ ୨୫ ଜଣ ଜିଅନ୍ତା ଜଳିଯାଇଛନ୍ତି । ୪ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଏତେ ତୀବ୍ର ଥିଲା ଯେ, ଲୋକଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଥିଲା। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

Share