ନୂଆଦିଲ୍ଲୀ,୧୨।୮:କୋଇଲା ମନ୍ତ୍ରଣାଳୟ ଡାଟା ଅନୁସାରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧% ଅଧିକ ରହିଛି। ଚଳିତ ବର୍ଷ ଜୁଲାଇରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧.୩୭% ବୃଦ୍ଧି ସହ ୬ କୋଟି ଟନ ପାରକରିଛି। ଗତ ବର୍ଷ ଜୁଲାଇରେ ମୋଟ ୫.୪ କୋଟି ଟନ କୋଇଲା ଉତ୍ପାଦନ ହୋଇଥିଲା। ଦେଶର ୨୪ଟି ବୃହତ୍ କୋଇଲା ଖଣିରୁ ଉତ୍ପାଦନ ୧୦୦% ରହିଛି। ଅନ୍ୟ ୭ଟି ଖଣିରୁ ଉତ୍ପାଦନ ୮୦ରୁ୧୦୦% ମଧ୍ୟରେ ରହିଛି। ସେହିପରି ଜୁଲାଇରେ କୋଇଲା ସ୍ଥାନାନ୍ତର ୮.୫୧% ବଢି ୬.୭୮କୋଟି ଟନ୍ରେ ପହଞ୍ଚିଛି। ବିଜୁଳି ଚାହିଦା ବୃଦ୍ଧି ଯୋଗୁ ପାୱାର ପ୍ଲାଣ୍ଟଗୁଡିକୁ ପଠାଯାଉଥିବା କୋଇଲା ୧୭% ବୃଦ୍ଧି ପାଇ ୫.୮୪ କୋଟି ଟନ ହୋଇଛି।