କୋଇଲା ଚୋରା ଚାଲାଣ ଘଟଣା: ଗାଡ଼ି ମାଲିକ ସମେତ ୨ ଗିରଫ

ପଦ୍ମପୁର, ୧୬।୯(ଡି.ଏନ.ଏ.)- ଭଦ୍ରକ ସଦର ବ୍ଲକ ସାବରଙ୍ଗ ପୋଲିସ ଗତ ୨୮ ତାରିଖରେ କୋଇଲା ଚୋରା ଚାଲାଣ ବେଳେ ଇଚ୍ଛାପୁର ବାଲିବିଲି ରାସ୍ତାର ରେଳ ଧାରଣା ପାର୍ଶ୍ୱରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଥିଲା। ଏହି ଘଟଣାରେ ପୋଲିସ ଶୁକ୍ରବାର ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଗାଡ଼ି ମାଲିକ ପୁରୁଣାବଜାର ଅଞ୍ଚଳର ଲକ୍ଷ୍ମୀଧର ବେହେରା ଓ ଚାଳକ ନରେନ୍ଦ୍ର ଦାସ।
ସୂଚନାଯୋଗ୍ୟ, ଉକ୍ତ ପିକ୍‌ଅପ୍‌ରୁ ୨ଟନ୍‌ରୁ ଊର୍ଦ୍ଧ୍ୱ କୋଇଲା ଜବତ କରାଯାଇଥିଲା। ଗାଡ଼ି ଚାଳକ ଫେରାର ହୋଇଯାଇଥିଲେ। ଏନେଇ ଥାନାରେ ମାମଲା (ନଂ.୧୩୮/୨୨) ରୁଜୁ ହୋଇଛି।