Categories: ବାଣିଜ୍ୟ

ରେକର୍ଡ ପରିମାଣରେ କୋଇଲା ପରିବହନ

ଭୁବନେଶ୍ୱର, ୨୧।୧୦: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ (ଅର୍ଦ୍ଧବାର୍ଷିକ) ମଧ୍ୟରେ କୋଇଲା ମନ୍ତ୍ରଣାଳୟ ରେକର୍ଡ ପରିମାଣର କୋଇଲା ପରିବହନ କରିଛି। ଏପରିକି ୨୦୨୩ ଅକ୍ଟୋବର ୧୭ ସୁଦ୍ଧା ମନ୍ତ୍ରଣାଳୟ ପ୍ରାୟ ୫୦୦ ମିଲିୟନ ଟନ (ଏମ୍‌ଟି) କୋଇଲା ପଠାଇବା (ପରିବହନ) ରେ ସକ୍ଷମ ହୋଇଛି। ଅପରପକ୍ଷରେ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ ମନ୍ତ୍ରଣାଳୟ ଉଲ୍ଲେଖନୀୟ ସଫଳତା ମୌସୁମୀ ଋତୁ ସତ୍ତ୍ବେ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨୦୦ ଦିନ ମଧ୍ୟରେ ୫୦୦ ଏମ୍‌ଟି କୋଇଲା ପରିବହନ କରିବା ଏକ ଉଲ୍ଲେଖନୀୟ ସଫଳତା । ସେହିଭଳି ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ମଧ୍ୟ ଉତ୍ପାଦନ ଏବଂ ପରିବହନ (ପଠାଇବା) ହାର ସାଧାରଣତଃ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଅଧିକ ରହିଥାଏ। ତେଣୁ ଚଳିତ ଆର୍ଥିକ ବର୍ଷରେ କୋଇଲା ପରିବହନ (ପ୍ରେରଣ) ୧ ବିଲିୟନ ଟନ୍‌ରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଉଛି। ଗତ ଆର୍ଥିକ ବର୍ଷରେ ମନ୍ତ୍ରଣାଳୟ ନୂତନ ମାଇଲଖୁଣ୍ଟ ହାସଲ କରିଥିଲା। ଏପରିକି ୨୦୨୨ ନଭେମ୍ବର ୯ ସୁଦ୍ଧା ମନ୍ତ୍ରଣାଳୟ ୫୦୦ ଏମ୍‌ଟି କୋଇଲା ପରିବହନ (ପଠାଇବା)ର ବିରଳ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହା ସହ ଚଳିତ ଆର୍ଥିକ ବର୍ଷର ୫୦୦ ଏମ୍‌ଟି ପରିବହନ (ପଠାଇବା) ଲକ୍ଷ୍ୟ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି। ଏହା ମଧ୍ୟ ଧ୍ୟାନଦେବା ଆବଶ୍ୟକ ଯେ ୫୦୦ ମେଟ୍ରିକ ଟନ କୋଇଲାରେ ୪୧୬.୫୭ ମେଟ୍ରିକ ଟନ୍‌ କୋଇଲା ବିଦ୍ୟୁତ୍‌ କ୍ଷେତ୍ର ପାଇଁ ଏବଂ ୮୪.୭୭ ମେଟ୍ରିକ ଟନ୍‌ ଅଣ-ନିୟାମକ କ୍ଷେତ୍ର ପାଇଁ ପରିବହନ କରାଯାଇଛିି। ବିଶେଷକରି ବିଦ୍ୟୁତ୍‌ କ୍ଷେତ୍ରରେ କୋଇଲା ପରିବହନର ବୃଦ୍ଧି ହାର ବାର୍ଷିକ ୭%ରୁ ଅଧିକ (ବର୍ଷ ପରେ ବର୍ଷ ୭.୨୭%) ରହିଥିଲାବେଳେ ଅଣ-ନିୟାମକ କ୍ଷେତ୍ରରେ ମଧ୍ୟ ବାର୍ଷିକ ୩୮% (ବର୍ଷ ପରେ ବର୍ଷ ୩୮.୦୨%) ରହିଛି। ଅପରପକ୍ଷରେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୮୯୩.୧୯ ମିଲିୟନ ଟନ୍‌ କୋଇଲା ପ୍ରେରଣ କରାଯାଇଥିଲା। ଏହା ମଧ୍ୟ ଧ୍ୟାନଦେବାର ବିଷୟ ଯେ କୋଇଲା ମନ୍ତ୍ରଣାଳୟର ଏହି ଐତିହାସିକ ଉପଲବ୍ଧିରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌), ସିଙ୍ଗାରେନି କୋଲିଏରିଜ୍‌ କମ୍ପାନୀ ଲିମିଟେଡ୍‌ (ଏସ୍‌ସିସିଏଲ୍‌) ଏବଂ କ୍ୟାପଟିଭ୍‌/ ବାଣିଜି୍ୟକ ଖଣିର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ କୋଇଲା ମନ୍ତ୍ରଣାଳୟ ଗ୍ରାହକଙ୍କୁ ୧୦୧୨ ଏମ୍‌ଟି କୋଇଲା ଉତ୍ପାଦନ ଏବଂ ପରିବହନ (ପଠାଇବା) ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି।

Share