ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଷ୍ଟ କେନାଲ ସେତୁ

ବାଲେଶ୍ୱର ଅଫିସ ୧୦।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ କଳାମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ସେତୁ ଲଗାଣ ବର୍ଷାରେ ଭଶୁଡି ପଡ଼ିଛି । ଏହି ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଦାବି ପରେ କାର୍ଯ୍ୟ କରାଯାଇଥିଲା। ହେଲେ ସେତୁ ନିର୍ମାଣ ବେଳେ ଠିକାଦାରଙ୍କ ତରବରିଆ ଗୁଣ ଓ ରାଜନୈତିକ ହସ୍ତକ୍ଷେପରୁ ଏହା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି। ଲୋକେ ପାହି ଅଞ୍ଚଳକୁ ଯିବା ଆସିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।