ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆଇଟି କମ୍ପାନୀ ଏଚ୍ସିଏଲ୍ ଟେକ୍ର କର୍ପୋରେଟ ସୋସିଆଲ ରେସପନି୍ସବିଲିଟି ବା ସିଏସ୍ଆର୍ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରୁଥିବା ଏଚ୍ସିଏଲ୍ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଅନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ ୨୦୨୪ ଅବସରରେ ଫାଉଣ୍ଡେଶନ ପକ୍ଷରୁ ଏକ ବ୍ୟାପକ, ସମୁଦାୟ-ପରିଚାଳିତ ଉପକୂଳ ସ୍ବଚ୍ଛତା କ୍ୟାମ୍ପେନିଂ ପରିଚାଳନା କରାଯାଇଛି। ଏହି ଅଭିଯାନ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ କର୍ନାଟକ ଭଳି ରାଜ୍ୟରେ ଆରମ୍ଭ ହୋଇଛି। ଭାରତର ଉପକୂଳ ଓ ସାମୁଦ୍ରିକ ପରିବେଶକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ଏକ ସାମଗ୍ରିକ ପ୍ରୟାସରେ ଅଂଶଗ୍ରହଣ କରିବା ଲାଗି ପ୍ରତିଷ୍ଠାନ ୨୪୨୬ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ପ୍ରୋତ୍ସାହିତ କରିଛି। ଏହି ସ୍ବେଚ୍ଛାସେବୀମାନେ ବିଭିନ୍ନ ସ୍ଥାନରୁ ୧୮୪୮୫ କିଲୋଗ୍ରାମ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି।
ବିଶ୍ୱବ୍ୟାପୀ ସେପ୍ଟେମ୍ବର ମାସର ୩ୟ ଶନିବାରକୁ ଅନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଇଥାଏ। ଯାହା ସାମୁଦ୍ରିକ ଇକୋସିଷ୍ଟମକୁ ପ୍ରଦୂଷଣ ଓ ଆବର୍ଜନାରୁ ସୁରକ୍ଷିତ ରଖିବା ପାଇଁ ସମୁଦାୟଗୁଡିକୁ ଏକତ୍ରିତ କରୁଛି।
ଏ ସମ୍ପର୍କରେ ଏଚ୍ସିଏଲ୍ ଫାଉଣ୍ଡେଶନର ଗ୍ଲୋବାଲ ସିଏସ୍ଆର୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଡ. ନିଧି ପୁନ୍ଧୀର କହିଛନ୍ତି, ଆମର ଉପକୂଳଗୁଡିକୁ ସଂରକ୍ଷିତ ରଖିବା କେବଳ ଏକ ଦାୟିତ୍ୱ ନୁହେଁ ବରଂ ଏକ ମିଳିତ ପ୍ରତିବଦ୍ଧତା ହୋଇଥିଲାବେଳେ ଏହି ଅଭିଯାନ ମାଧ୍ୟମରେ ଏଚ୍ସିଏଲ୍ ଫାଉଣ୍ଡେଶନ ସାମୁଦ୍ରିକ ଓ ଉପକୂଳ ସଂରକ୍ଷଣ ପାଇଁ ଏକ ଦୀର୍ଘସ୍ଥାୟୀ ଆନ୍ଦୋଳନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

ରାସ୍ତାରେ ହାତ ଯୋଡ଼ି ଏମିତି ନିବେଦନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୧୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ରାଜ ରାସ୍ତାରେ ଜଣେ ସାଧାରଣ ନାଗରିକଙ୍କୁ କିଛି ନିବେଦନ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି।...

ସାଇଡ୍ ଦେବାକୁ ଯାଇ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ଏସ୍ ବୁଲାଣୀରେ ନାୟକ ଆଣ୍ଡ ନାୟକ ନାମକ...

ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍ପି, ଗିରଫ ପରେ କୋର୍ଟଚାଲାଣ
ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍ରେ ଆଇଆର୍ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି...

Gold: ଏପ୍ରିଲରେ କେଉଁଦିନ ସୁନା କିଣିଲେ ଶୁଭ ହୋଇଥାଏ? ଜାଣନ୍ତୁ କେବେ ଶସ୍ତା…
ଶାସ୍ତ୍ର ଅନୁସାରେ, ସୁନା କିଣିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । କାହିଁକି ନା ଏହା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ ବୋଲି କୁହାଯାଏ...

ମୁର୍ଶିଦାବାଦ ହିଂସାକୁ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଦଙ୍ଗା କାହିଁକି, ଲାଗୁ ହେବ ନାହିଁ ଓ୍ବକଫ ଆଇନ
କୋଲକାତା,୧୨।୪: ୱକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲାରେ ହିଂସାତ୍ମକ ପ୍ରତିବାଦ କରାଯାଇଥିଲା। ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲାରେ ପୋଲିସ ଗାଡ଼ି...

ଭୂକମ୍ପ ଝଟକାରେ ଥରିଲା ୫ ଦେଶ, ଲୋକେ ଭୟଭୀତ, ବାଦ ପଡିଲାନି ଭାରତ କି ପାକିସ୍ତାନ
ନୂଆଦିଲ୍ଲୀ,୧୨।୪: ବିଶ୍ୱର ପ୍ରାୟ ୫ ଦେଶରେ ଶନିବାର ସକାଳୁ ଦ୍ୱିପ୍ରହର ମଧ୍ୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହା ରିକ୍ଟର ସ୍କେଲର ୪.୦ରୁ ୬.୫ ପର୍ଯ୍ୟନ୍ତ...

Jio ୟୁଜର୍ସଙ୍କ ପାଇଁ ଖୁସି ଖବର: ବର୍ଷେଯାଏ ମାଗଣାରେ ମିଳିବ 5G ଡାଟା
ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓର ଶସ୍ତା ଠାରୁ ମହଙ୍ଗା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପ୍ରିପେଡ ଏବଂ ପୋଷ୍ଟପେଡ ପ୍ଲାନ ରହିଛି। କିନ୍ତୁ ଆଜି ଆମେ...

Gold Price: ଲକ୍ଷେ ନା ୫୫ହଜାର, ଏବର୍ଷ ଏତିକି ରହିବ ସୁନାଦର, ଏକ୍ସପର୍ଟ ଦେଲେ ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୨।୪: ସୁନାର ମୂଲ୍ୟ କେବଳ ଭାରତ ନୁହେଁ ବିଶ୍ୱବ୍ୟାପୀ ରେକର୍ଡ କରିଛି। ଏନେଇ ବିଶେଷଜ୍ଞମାନେ ବଡ଼ ଆକଳନ କରିଛନ୍ତି ଯେ ସୁନାର ମୂଲ୍ୟ ଚଳିତ ବର୍ଷ...