ଉପକୂଳ ମିଳିତ ସମରାଭ୍ୟାସ ଆରମ୍ଭ

ପାରାଦୀପ,୧।୧୨(ସ୍ବ.ପ୍ର.): ଓଡ଼ିଶାର ଉପକୂଳ ଅଞ୍ଚଳରେ ମଙ୍ଗଳବାର ଦୁଇ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ୨୩ ତମ ସମରାଭ୍ୟାସର ନାମ ସାଗର କବଚ ୨୦୨୧ ରହିଛି। ଏଥିରେ ଓଡ଼ିଶା ପୋଲିସ, ନୌସେନା, କୋ ଷ୍ଟଗାର୍ଡ, କଷ୍ଟମ୍ସ, ସିଆଇଏସ୍‌ଏଫ୍‌, ମତ୍ସ୍ୟ ବିଭାଗ, ଇମିଗ୍ରେଶନ, ମେରାଇନ ପୋଲିସ, ସମେତ ୧୮ ବିଭାଗ ସାମିଲ ଅଛନ୍ତି। ପ୍ରତ୍ୟେକ ବିଭାଗ ନିଜ ନିଜ ସୀମାରେ ସତର୍କ ରହି ତଥାକଥିତ ଛଦ୍ମ ଆତଙ୍କବାଦୀଙ୍କୁ ଠାବ କରିବା ହେଉଛି ସମରାଭ୍ୟାସର ଉଦ୍ଦେଶ୍ୟ ବୋଲି ଜଣେ ଅଧିକାରୀ କହିଛନ୍ତି।

 

 

Share