ଉପକୂଳମୁହାଁ ମୌସୁମୀ: ୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୬: ଓଡ଼ିଶାରେ ମୌସୁମୀ ସକ୍ରିୟ ହେଉଛି। ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏବେ ମୌସୁମୀ ଉପକୂଳମୁହାଁ ହୋଇଛି । ଆସନ୍ତା ୨ ଦିନ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରଣୀ ଓଡ଼ିଶାକୁ ମୌସୁମୀ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଶନିବାର ପ୍ରବଳ ବର୍ଷା ନେଇ ୫ ଜିଲାକୁ ୟେଲୋ ଓ୍ବାର୍ନିଂ
ଜାରି ହୋଇଛି । ସେହି ସବୁ ଜିଲାଗୁଡ଼ିକ ହେଲା ଯାଜପୁର, କେନ୍ଦୁଝର, ଢେଙ୍କାନାଳ, କଟକ ଏବଂ ନୟାଗଡ଼।
ଅନ୍ୟପକ୍ଷେ ଆସନ୍ତା ୨୪ ତାରିଖ ବେଳକୁ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବର୍ଷାର ପରିମାଣ ବଢ଼ିବ।

Share