Categories: ଜାତୀୟ

୮୩ ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ କୋବ୍ରା-ସିଆର୍‌ପିଏଫ୍‌ ଯବାନ

ଗୟା,୨୭।୨: ବିହାରର ଗୟା ଜିଲାରେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ୮୩ ଲ୍ୟାଣ୍ଡ୍‌ମାଇନ୍‌କୁ ଠାବ କରି ଏସବୁକୁ ନିଷ୍କ୍ରିୟ କରାଯାଇଛି। କୋବ୍ରା-୨୫୦ ବାଟାଲିୟନ୍‌ ଏବଂ ସିଆର୍‌ପିଏଫ୍‌ର ୧୫୯ ଏବଂ ୪୭ ବାଟାଲିୟନ ଯବାନଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇଛି। ଏଥିରେ ଗୟା ପୋଲିସ ବାହିନୀ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ମିଳିତ ସର୍ଚ୍ଚ ଅବରେଶନ ସମୟରେ ଢକପହାଡି, ସାଗରପୁର, ଖଜୈତିଆ ଔରଙ୍ଗାବାଦ, ମଦନପୁର ଆଦିର ସୀମାବର୍ତ୍ତୀ ଅଞ୍ଚଳରୁ ୮୧୫ କିଲୋଗ୍ରାମ୍‌ର ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି।

Share