Categories: ଜାତୀୟ

କୋବ୍ରା ପାଇଁ ରାସ୍ତା ଜାମ

ବାଙ୍ଗାଲୋର, ୧୨।୨: ଦୁର୍ଘଟଣା କାରଣରୁ ଆମ ଦେଶରେ ଟ୍ରାଫିକ ସମସ୍ୟା ଦେଖାଦେବା ସାଧାରଣ କଥା। କିନ୍ତୁ କର୍ନାଟକର ଉଡୁପି ଅଞ୍ଚଳରେ ଏକ ଭିନ୍ନ କାରଣରୁ   ଧରି ରାସ୍ତାରେ ଅଟକିବାକୁ ପଡ଼ିଥିଲା ଲୋକମାନଙ୍କୁ। ବ୍ୟସ୍ତ ବହୁଳ କଲସାଙ୍କା ଜଙ୍କଶନ ରାସ୍ତାରେ ଗୁରୁବାର ଏକ କୋବ୍ରା ରାସ୍ତା ପାର ହୋଇଥିବା ଦେଖିବାକୁ ପାଇଥିଲେ ଟ୍ରାଫିକ ପୋଲିସ। ଏହାପରେ ଚତୁଃ ପାର୍ଶ୍ୱରୁ ଗାଡ଼ି ଅଟକାଇବାକୁ ଦେଇଥିଲା ସିଗନାଲ। ଏହି ଘଟଣାରୁ ରାସ୍ତାରେ ଅଟକି ରହିଥିବା ଗାଡ଼ି ଚାଳକମାନେ ଫୋନରେ ଶୁଟ୍‌ କରିବାରେ ଲାଗି ପଡ଼ିଥିଲେ।

ଟୁଇଟରରେ ଶେୟାର ହୋଇଥିବା ଏହି ଘଟଣାର ଭିଡିଓକୁ ଏପର୍ଯ୍ୟନ୍ତ ୨୫ ହଜାର ଲୋକେ ଦେଖିସାରିଲେଣି। ୟୁଜର୍ସମାନେ କୋବ୍ରାକୁ ଦେଖିବା ପରେ ଟ୍ରାଫିକ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Share