ଇରଫାନଙ୍କ ପ୍ରଥମ ଫିଲ୍ମର ଟ୍ରେଲର ରିଲିଜ୍‌: ଏଭଳି ପ୍ରତିକ୍ରିୟା ଦେଲେ ରାଇନା

ମୁମ୍ବାଇ: କ୍ରିକେଟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ କରି ଲୋକପ୍ରିୟ ହୋଇଥିବା ଇରଫାନ ପଠାନ ବର୍ତ୍ତମାନ ଅଭିନୟ ଜଗତରେ ନିଜର ଇନିଂସ ଖେଳିବାକୁ ଯାଉଛନ୍ତି। ଅଜୟ ଜ୍ଞାନମୁଥୁଙ୍କ ଦ୍ୱାରା ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘କୋବ୍ରା’ ସହିତ ଇରଫାନ ଫିଲ୍ମରେ ଡେବ୍ୟୁ କରିଛନ୍ତି। ଶୁକ୍ରବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ୨ମିନିଟ୍‌ ୩୨ସେକେଣ୍ଡର ହୋଇଥିବା ବେଳେ ଏଥିରେ ପଠାନ ଜଣେ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି। ଏଥିରେ ଇରଫାନଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି। ଇରଫାନ ନିଜେ ତାଙ୍କର ଅପକମିଂ ଫିଲ୍ମର ଟ୍ରେଲରକୁ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫିଲ୍ମ ଅଗଷ୍ଟ ୩୧ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ,୨୦୨୦ରେ ତାଙ୍କ ଜନ୍ମଦିନ ଅବସରରେ ସେ ଫିଲ୍ମରେ କାମ କରିବା ବିଷୟରେ ସୂଚନା ଦେଇ ନିଜ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଅନ୍ୟପଟେ ନିଜ ଇନ୍‌ଷ୍ଟାଗ୍ରାମରେ କୋବ୍ରାର ଟ୍ରେଲରକୁ ଶେୟାର କରି ସୁରେଶ ରାଇନା ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି, ଭାଇ ଇରଫାନ ପଠାନ ତୁମେ କୋବ୍ରାରେ ଅଭିନୟ କରୁଥିବାର ଦେଖି ବହୁତ ଖୁସି ଲାଗୁଛି। ଏହି ଫିଲ୍ମଟି ଦମ୍‌ଦାର ଆକ୍ସନରେ ଭରପୁର ଥିବା ବେଳେ ଏହାର ସଫଳତା ପାଇଁ ଇରଫାନ ଓ ଫିଲ୍ମର ପୁରା ଟିମ୍‌କୁ ରାଇନା ଅଭିନନ୍ଦନ ଜଣାଇଛନ୍ତି। ଫିଲ୍ମକୁ ଦେଖିବା ପାଇଁ ସେ ବେଶ୍‌ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ବୋଲି ସୁରେଶ ରାଇନା କହିଛନ୍ତି।

Share