ୱାଶିଂଟନ: ଋଷିଆରେ ବ୍ୟବସାୟ ବନ୍ଦ କଲା କୋକାକୋଲା ଏବଂ ପେପ୍ସିକୋ କମ୍ପାନୀ । ଏହି ଦୁଇ କମ୍ପାନୀ ଋଷରେ ନିଜର ଉତ୍ପାଦନ ଓ ବିକ୍ରୟକୁ ସ୍ଥଗିତ ରଖିବ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଏହି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ମ୍ୟାକଡୋନଲ୍ଡ ମଧ୍ୟ ଋଷିଆରେ ନିଜର ସମସ୍ତ ରେସ୍ତୋରାଁ ବନ୍ଦ କରାହେବ ବୋଲି ଘୋଷଣା କରିଛନ୍ତି।