ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜଧାନୀରୁ କୋକେନ୍ ମିଳିବା ଘଟଣାରେ ଗିରଫ ଅଭିଯୁଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଖୋଳତାଡ଼ କରିବ। ୨ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିବା ବେଳେ ଶନିବାର ରିମାଣ୍ଡ ନେଇ ଅନୁମତି ମିଳିବା ସହ ରିମାଣ୍ଡରେ କୋକେନ ଲିଙ୍କ୍ ଉପରୁ ପରଦା ହଟିବା ନେଇ ଆଶା ରଖାଯାଇଛି। ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସେମାନଙ୍କଠାରୁ ସତ ଓଗାଳିବ । ରାଜଧାନୀରେ କାହା ଜରିଆରେ କୋକେନ ବିକ୍ରି କରୁଥିଲେ ? କିଏ କିଏ ବଡ଼ ଗ୍ରାହକ ଥିଲେ? କୋକେନ ସିଣ୍ଡିକେଟରେ ଆଉ କିଏ ରହିଛନ୍ତି? ପରଦା ପଛରେ କାହାର ହାତ ରହିଛି? ଏପରି ଅନେକ ପ୍ରଶ୍ନର ଉତ୍ତର ଆଦାୟ କରିବ ଏସଟିଏଫ୍ ।