ଜାହଜରୁ ୩୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୋକେନ୍‌ ଜବତ

ପାରାଦୀପ,୧।୧୨(ଶରତ ରାଉତ): ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହଜରୁ ଶୁକ୍ରବାର ବହୁପରିମାଣରେ କୋକେନ୍‌ ଜବତ କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ୫୫ଟି ପ୍ୟାକେଟ ଜବତ ହୋଇଥିବା ଜଣାପଡିଛି। ଯାହାର ପରିମାଣ ୮୨ କେଜି। ଏହାର ଭାରତୀୟ ବଜାର ମୂଲ୍ୟ ୩୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଚଢାଉରେ କଷ୍ଟମ୍ସ, ସିଆଇଏସଏଫ, ମେରାଇନ ପୋଲିସ, ଆଇବିର ଅଧିକାରୀମାନେ ସାମିଲ ଅଛନ୍ତି। ଜାହାଜ କ୍ୟାପଟେନ ପାଓ୍ବାର ଅଫ କରି ଦେଇ ଥିବାରୁ ଭିତରେ ଯାଞ୍ଚ କରିବା ସମୟ ସାପେକ୍ଷ ହେଉଛି। ଏମ୍‌ଭି ଦେବୀ ନାମକ ଏହି ଜାହାଜ ଇଣ୍ଡୋନେସିଆ ପୋର୍ଟରୁ ଆସିଥିଲା। ପାରାଦୀପ ବନ୍ଦରରୁ ଷ୍ଟିଲ ବୋଝେଇ କରି ଡେନମାର୍କ ଯିବାର ଥିଲା। ଗତ ଗୁରୁବାର ୨ଟାରୁ ବୋଝେଇ ହେଉଥିଲା। ଦ୍ବିତୀୟ ସିଫ୍ଟରେ ଜଣେ ଅପରେଟର ବୋଝେଇ କରିବା ବେଳେ ଏହି ପ୍ୟାକେଟ ଦେଖି ପିଆଇସିଟି ଟର୍ମିନାଲ ମୁଖ୍ୟଙ୍କୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ପୋକ

କଣାସ/ସାକ୍ଷୀଗୋପାଳ,୨୨।୧୧ (ବିଭୂତି ଭୂଷଣ ତ୍ରିପାଠୀ/ଭରତ ରାଉତ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି।...

୨୦୨୧: ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିଲେ ଆଦାନୀ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୧୧(ରଏଟର୍ସ/ପି.ଟି.): ୨୦୨୧ରେ ଆଦାନୀ ଗ୍ରୁପ୍‌ ସ୍ଥାନୀୟସ୍ତରରେ ସୋଲାର ସେଲ୍‌ ଏବଂ ମୋଡ୍ୟୁଲାର ପ୍ଲାଣ୍ଟଗୁଡ଼ିକୁ ବ୍ୟବହାରକରି ଉତ୍ପାଦିତ ୮,୦୦୦ ମେଗାଓ୍ବାଟ୍‌ (୮ ଜିଡବ୍ଳ୍ୟୁ) ବିଦ୍ୟୁତ୍‌ ଶକ୍ତି ଭାରତର...

ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍‌ ଥିଲେ ଆସିବନି ଟଙ୍କା, ଏମିତି କରିବାକୁ ଅପିଲ୍ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୧: ରାଜ୍ୟ ସରକାରଙ୍କର ସୁଭଦ୍ରା ଯୋଜନାରେ ଆସନ୍ତା ଡିସେମ୍ବର ମାସ ପହିଲା ସୁଦ୍ଧା ୧ କୋଟି ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଥିବେ ବୋଲି ଉପମୁଖ୍ୟମନ୍ତ୍ରୀ...

ଭଉଣୀ ଘରୁ ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ଭାଇଙ୍କ ଜୀବନ

ନବରଙ୍ଗପୁର ୨୧।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ଅଧୀନ ର୍ଟିଲି ଆମ୍ବଗୁଡା ଛକ ନିକଟରେ ଗୁରୁବାର ସକାଳେ ଓ ସନ୍ଧ୍ୟାରେ ୨ଟି ଦୁର୍ଘଟଣା ଘଟିଛି। ସନ୍ଧ୍ୟାରେ ଘଟିଥିବା...

ବରଗଡର ପାଇଁ ସୁନାମ ଆଣିଲେ ପ୍ରବୀଣ, ସୌର୍ଯ୍ୟରଞ୍ଜନ: ଓଡ଼ିଶା ଟି-୨୦ ଦଳରେ ପାଇଲେ ସ୍ଥାନ

ବରଗଡ,୨୧।୧୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାର ପ୍ରତିଭାବାନ ଖେଳାଳି ତଥା ଜିଲା ବରିଷ୍ଠ କ୍ରିକେଟ ଦଳର ଅଧିନାୟକ ପ୍ରବୀଣ ଲୁହା ଓଡ଼ିଶା ବରିଷ୍ଠ ଟି-୨୦ କ୍ରିକେଟ ଦଳରେ ସାମିଲ...

ବିଷ ପିଇ ଦେଲେ ଦୁଇ ଭଉଣୀ: ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ ୨୧ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ଥାନା ଅଧୀନ ମହାଲିକପଡ଼ା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ବିଷ ପିଇ...

ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ

କଟକ,୨୧।୧୧: ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ସରକାରୀ ଜମି ଜବର ଦଖଲ କରି ଗଢି ଉଠିଥିବା ଆଶ୍ରମକୁ ଭାଙ୍ଗିବାକୁ ଗୁରୁବାର ଅପରାହ୍ନରେ...

ରବି ଚାଷ ପାଇଁ ଜଳଯୋଗାଣ ବନ୍ଦ ପ୍ରତିବାଦରେ ତେଜିଲା ଚାଷୀ ଆନ୍ଦୋଳନ

ଧର୍ମଗଡ଼,୨୧ା୧୧(ଆକାଶ କୁମାର ଜଗତ)- ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri