Posted inଫୁରସତ

କୁକୁର- କୁକଡା ମଧ୍ୟରେ ଲାଗିଲା ଝଗଡା, ଜାଣନ୍ତୁ କିଏ ଜିତିଲା

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡା ମଧ୍ୟରେ ବିପଦପୂର୍ଣ୍ଣ ଝଗଡା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟତଃ ଦେଖାଯାଏ କୁକୁରମାନେ ଛୋଟ ପ୍ରାଣୀ ଉପରେ ଆକ୍ରମଣ କରନ୍ତି ଏବଂ ସେମାନେ ହଁି ସର୍ବଦା ବାଜି ଜିତନ୍ତି। କିନ୍ତୁ ଏଠାରେ କୁକୁଡା କୁକୁର ଉପରେ ପ୍ରାଧାନ୍ୟ ବିସ୍ତାର କଲା ପରି ଦେଖାଯାଇଛି। କୁକୁଡା କୁକୁରକୁ ଏମିତି ଧକ୍କା ଦେଲା, ପାଖରେ ଠିଆ ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, କୁକୁର ଝଗଡା ସ୍ଥାନରୁ ଦୌଡ଼ି ପଳାଇଥିଲା। ଆଇଏଏସ ଅଫିସର ଆୱାନିଶ ଶରଣ ଏହି ମଜାଦାର ଭିଡିଓ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କୁକୁର କୁକୁଡ଼ା ଉପରେ ଭୁକିବା ଆରମ୍ଭ କରେ। କୁକୁଡ଼ା ପାଖକୁ ଆସି ନଇଁବାକୁ ଲାଗିଲା। କୁକୁରଟି ତା’ ବେକକୁ ଧରି ରଖିବାକୁ ଚେଷ୍ଟା କରେ, କିନ୍ତୁ କୁକୁଡ଼ା ଉପରକୁ ତା’ ଡେଇଁ ତାକୁ ଆକ୍ରମଣ କଲା। କିଛି ସେକେଣ୍ଡ ପରେ କୁକୁର ଭୟଭୀତ ହୋଇ ଦୌଡ଼ି ପଳାଇଲା। ଭିଡିଓ ଶେୟାର କର ଆଇଏଏସ ଅଧିକାରୀ ଅବନୀଶ ଶରଣ କ୍ୟାପସନରେ ଲେଖିଛନ୍ତି, ଏହାକୁ କହନ୍ତି ଆତ୍ମବିଶ୍ୱାସ ଏବଂ ସବୁ ପରିସ୍ଥିତିକୁ ଧୈର୍ଯ୍ୟର ସହିତ ସାମ୍ନା କରନ୍ତୁ। ଖେଳ ଯେକୌଣସି ସମୟରେ ପରିବର୍ତ୍ତନ ହୋଇପାରେ। ଏହି ଭିଡିଓ ଆଇଏଏସ୍‌ ଅଧିକାରୀଙ୍କ ଦ୍ୱାରା ଫେବୃଆରୀ ୮ ସନ୍ଧ୍ୟାରେ ଶେୟାର କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ୬୯ ହଜାରରୁ ଅଧିକ ଭ୍ୟୁ ହାସଲ କରିଛି। ଆହୁରି ମଧ୍ୟ, ୫ହଜାରରୁ ଅଧିକ ଲାଇକ ଏବଂ ହଜାରେରୁ ଅଧିକ ରି-ଟୁଇଟ କରାଯାଇଛି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।

https://twitter.com/AwanishSharan/status/1358776011513491457


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri