ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡା ମଧ୍ୟରେ ବିପଦପୂର୍ଣ୍ଣ ଝଗଡା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟତଃ ଦେଖାଯାଏ କୁକୁରମାନେ ଛୋଟ ପ୍ରାଣୀ ଉପରେ ଆକ୍ରମଣ କରନ୍ତି ଏବଂ ସେମାନେ ହଁି ସର୍ବଦା ବାଜି ଜିତନ୍ତି। କିନ୍ତୁ ଏଠାରେ କୁକୁଡା କୁକୁର ଉପରେ ପ୍ରାଧାନ୍ୟ ବିସ୍ତାର କଲା ପରି ଦେଖାଯାଇଛି। କୁକୁଡା କୁକୁରକୁ ଏମିତି ଧକ୍କା ଦେଲା, ପାଖରେ ଠିଆ ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, କୁକୁର ଝଗଡା ସ୍ଥାନରୁ ଦୌଡ଼ି ପଳାଇଥିଲା। ଆଇଏଏସ ଅଫିସର ଆୱାନିଶ ଶରଣ ଏହି ମଜାଦାର ଭିଡିଓ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କୁକୁର କୁକୁଡ଼ା ଉପରେ ଭୁକିବା ଆରମ୍ଭ କରେ। କୁକୁଡ଼ା ପାଖକୁ ଆସି ନଇଁବାକୁ ଲାଗିଲା। କୁକୁରଟି ତା’ ବେକକୁ ଧରି ରଖିବାକୁ ଚେଷ୍ଟା କରେ, କିନ୍ତୁ କୁକୁଡ଼ା ଉପରକୁ ତା’ ଡେଇଁ ତାକୁ ଆକ୍ରମଣ କଲା। କିଛି ସେକେଣ୍ଡ ପରେ କୁକୁର ଭୟଭୀତ ହୋଇ ଦୌଡ଼ି ପଳାଇଲା। ଭିଡିଓ ଶେୟାର କର ଆଇଏଏସ ଅଧିକାରୀ ଅବନୀଶ ଶରଣ କ୍ୟାପସନରେ ଲେଖିଛନ୍ତି, ଏହାକୁ କହନ୍ତି ଆତ୍ମବିଶ୍ୱାସ ଏବଂ ସବୁ ପରିସ୍ଥିତିକୁ ଧୈର୍ଯ୍ୟର ସହିତ ସାମ୍ନା କରନ୍ତୁ। ଖେଳ ଯେକୌଣସି ସମୟରେ ପରିବର୍ତ୍ତନ ହୋଇପାରେ। ଏହି ଭିଡିଓ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ଫେବୃଆରୀ ୮ ସନ୍ଧ୍ୟାରେ ଶେୟାର କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ୬୯ ହଜାରରୁ ଅଧିକ ଭ୍ୟୁ ହାସଲ କରିଛି। ଆହୁରି ମଧ୍ୟ, ୫ହଜାରରୁ ଅଧିକ ଲାଇକ ଏବଂ ହଜାରେରୁ ଅଧିକ ରି-ଟୁଇଟ କରାଯାଇଛି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।