ଜୋତା ପିନ୍ଧି ବୁଲୁଛି ଗଞ୍ଜା, ପାଖରେ ୬୦ ହଳ, ପାଲଟିଛି ସେଲିବ୍ରିଟି, ଦେଖନ୍ତୁ ଭାଇରାଲ ଭିଡିଓ……

ଓ୍ବାଶିଂଟନ,୬।୧୨ : ମଣିଷ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଭଲ ପାଇବା ନିଆରା। ଏହା ଗୃହପାଳିତ ପ୍ରାଣୀ ପାଳନ କରିଥିବା ଲୋକେ ଅନୁଭବ କରିଥିବେ। ଶୀତଦିନେ ଲୋକମାନେ କୁକୁର ଏବଂ ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ପୋଷାକ ପିନ୍‌ଧାଇ ଦେଉଥିବାର ଦେଖିବାକୁ ମିଳିଥାଏ। ଯାହା ଦ୍ୱାରା ସେମାନେ ଶୀତରୁ ରକ୍ଷା ପାଇପାରିଥାନ୍ତି। କିନ୍ତୁ ଏକ ଗଞ୍ଜା ଜୋତା ପିନ୍ଧି ବୁଲୁଥିବା ଶୁଣିଲେ ଲୋକେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏହା ସତ୍ୟ। ଏହି ଗଞ୍ଜାର ନାମ ହେଉଛି ନବଜ।

ବାସ୍ତବରେ, ଆମେରିକାର କାଲିଫର୍ନିଆର ଏସ୍କୋଣ୍ଡିଡୋରେ ଏକ ଗଞ୍ଜା ଜୋତା ପିନ୍ଧି ବୁଲୁଛି। ଗଞ୍ଜା କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ। ଗଞ୍ଜା ପାଖରେ ୬୦ ହଳ ଜୋତା ଅଛି। ଗଞ୍ଜାର ପଞ୍ଝାରେ ସମସ୍ୟା ଦେଖାଦେଇଥିଲା। ଯାହା ପରେ ଡାକ୍ତରମାନଙ୍କୁ ଏହାର ଅପରେଶନ କରି କାଟି ଦେଇଥିଲେ। ଏହି କାରଣରୁ ଗଞ୍ଜାର ପଞ୍ଝା ଛୋଟ ହୋଇଗଲା ଏବଂ ଚାଲିବାରେ ଅସୁବିଧା ହୋଇଥିଲା।

ମାଲିକ ତାଙ୍କ ଗଞ୍ଜାର ଏହି ସମସ୍ୟାକୁ ଲକ୍ଷ୍ୟ କଲେ ଏବଂ ସେ ଏଥିପାଇଁ ସ୍ବତନ୍ତ୍ର ଜୋତା ତିଆରି କଲେ। ଏହି ଜୋତା ପିନ୍ଧି କୁକୁଡା ସହଜରେ ଚାଲିବା ଆରମ୍ଭ କଲା। ଲୋକମାନେ ଏହାକୁ ଦେଖିବା ପରେ ବହୁତ ଖୁସି ହେଲେ ଏବଂ ଗୋଟିଏ କିମ୍ବା ଦୁଇଟି ନୁହେଁ ଗଞ୍ଜା ପାଇଁ ୬୦ ହଳ ଜୋତା ପଠାଇଲେ। ବର୍ତ୍ତମାନ ଏହି କୁକୁଡ଼ା ଜଣେ ସେଲିବ୍ରିଟିଙ୍କ ପରି ବାସ କରୁଛି। ଲୋକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଛି।

ଗଞ୍ଜା ମାଲିକ ମେଶ ଡାଭିଗନ୍ନ ଏନେଇ ଖୁସି ବ୍ୟକ୍ତ କରି କହିଛନ୍ତି ମୋ ଗଞ୍ଜା ପ୍ରତି ଲୋକଙ୍କ ଭଲ ପାଉଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

Share