Advertisement

ଗାଈ କ୍ଷୀରଠୁ ବି ଅଧିକ ପୁଷ୍ଟିକର ଅସରପା କ୍ଷୀର, ଜାଣନ୍ତୁ କ’ଣ କୁହନ୍ତି ବୈଜ୍ଞାନିକ

ସାଧାରଣତଃ ସୁସ୍ଥ ରହିବା ପାଇଁ, ଲୋକମାନେ ସୁପର ଖାଦ୍ୟକୁ ପ୍ରାଥମିକତା ଦିଅନ୍ତି। ଯେପରିକି ସବୁଜ ପନିପରିବା, ପ୍ରୋଟିନ ଏବଂ ଚର୍ବିଯୁକ୍ତ ଖାଦ୍ୟ। ଯଦି କେହି ଆପଣଙ୍କୁ କୁହନ୍ତି ଅସରପା କ୍ଷୀର ମଧ୍ୟ ଏକ ସୁପର ଫୁଡ୍‌, ତେବେ ଆପଣ କ’ଣ କହିବେ?

ହଁ ଏହା ଅଜବ ଲାଗିପାରେ, କିନ୍ତୁ ଏକ ସାମ୍ପ୍ରତିକ ବୈଜ୍ଞାନିକ ଗବେଷଣାରେ ଗବେଷକମାନେ ଦାବି କରିଛନ୍ତି ଯେ, ଅସରପା କ୍ଷୀର ଗାଈ କ୍ଷୀର ଅପେକ୍ଷା ୩ ଗୁଣ ଅଧିକ ପୁଷ୍ଟିକର।

ଆପଣଙ୍କୁ କହିରଖୁଛୁ ଯେ, କ୍ଷୀରରେ ପ୍ରୋଟିନ, ସୁଗାର ଏବଂ ଚର୍ବି ଭରପୂର ମାତ୍ରାରେ ରହିଥାଏ, ଯାହା ଯୋଗୁ ଏହାକୁ ପୃଥିବୀର ସବୁଠାରୁ ପୁଷ୍ଟିକର ଭାବରେ ବିବେଚନା କରାଯାଏ।

ଏକ ରିପୋର୍ଟ ଅନୁଯାୟୀ, ଅସରପା କ୍ଷୀର ଏପର୍ଯ୍ୟନ୍ତ ମଣିଷ ପାଇଁ ଉପଲବ୍ଧ ହୋଇନାହିଁ ଏବଂ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ଏହାର ଉତ୍ପାଦନ।

ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିଛନ୍ତି ଯେ, ଛୁଆ ଅସରପା ଖାଇବାକୁ ଦେଲେ ହଳଦିଆ ପଦାର୍ଥ ସେମାନଙ୍କ ପେଟ ଭିତରେ ସ୍ଫଟିକ ହୋଇଯାଏ। ଗବେଷକମାନେ ଜାଣିପାରିଲେ ଯେ, ଏଥିରେ ମଇଁଷି କ୍ଷୀର ଅପେକ୍ଷା ତିନି ଗୁଣ ଅଧିକ କ୍ୟାଲୋରୀ ଅଛି।

ଆପଣଙ୍କୁ କହିରଖୁଛୁ, ଇଣ୍ଟରନ୍ୟାଶନାଲ ୟୁନିଅନ ଅଫ୍‌ କ୍ରିଷ୍ଟାଲୋଗ୍ରାଫି ଜର୍ନାଲରେ ପ୍ରକାଶିତ ୨୦୧୬ର ଏକ ଅଧ୍ୟୟନରେ ଫିମେଲ ପାସିଫିକ୍‌ ବିଟଲ କକ୍‌ରୋଚ୍‌ ତା’ର ଛୁଆମାନଙ୍କୁ ଖାଇବାକୁ ଦେବା ପାଇଁ କ୍ଷୀର ପରି ତରଳ ପଦାର୍ଥର ବିଶ୍ଳେଷଣ କରିଥିଲା।

ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ, ଡିପ୍ଲୋପ୍ଟେରା ପଙ୍କଟାଟା ପ୍ରଜାତିର ଅସରପା କ୍ଷୀର, ଗାଈ କ୍ଷୀର ଅପେକ୍ଷା ତିନି ଗୁଣ ଅଧିକ ପୁଷ୍ଟିକର ହୋଇପାରେ। ତେବେ କେବେ ମଣିଷ ପିଲାଙ୍କ ପାଇଁ ଏହା ଉପଲବ୍ଧ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share