ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ ଭୁଲ ବୋଲି କହିଛନ୍ତି। ପ୍ରାଣୀ ଅଧିକାର ପାଇଁ ଲଢୁଥିବା କେତେକ ଗୋଷ୍ଠୀ ଏନେଇ ଆଗେଇ ଆସିଥାନ୍ତି।

ବର୍ତ୍ତମାନ ୟୁରୋପୀୟ ଦେଶ ଫ୍ରାନ୍ସ ସରକାର ଏଭଳି ଏକ ବଡ ପଦକ୍ଷେପ ନେଇ ଖବରରେ ଅଛନ୍ତି। ଫ୍ରାନ୍ସରେ ଆଲୋଚନା ହେଉଥିବା ନୂତନ ନିୟମରେ ଗଞ୍ଜାମାନଙ୍କୁ ରାବିବାର ଅଧିକାର ଦେଉଛି । ଫ୍ରାନ୍ସ ସରକାର ଗଞ୍ଜାଙ୍କ ସହିତ ଠିଆ ହୋଇଛନ୍ତି। କେହି ଏହା ଉପରେ ଅଭିଯୋଗ ମଧ୍ୟ କରିପାରିବେ ନାହିଁ। ଯଦି କେହି ଏହା ଉପରେ ଅଭିଯୋଗ କରିବାକୁ ଚେଷ୍ଟା କରନ୍ତି ତେବେ ଏହାକୁ ଆଜେବାଜେ ବୋଲି ଭାବନ୍ତୁ ।

ଫ୍ରାନ୍ସରେ, ଲୋକମାନେ ସହରର ଭିଡରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ ଗ୍ରାମରେ ସେମାନଙ୍କର ଘର ନିର୍ମାଣ କରନ୍ତି, କିମ୍ବା ବେଳେବେଳେ ସେମାନେ ଶାନ୍ତି ପାଇଁ ଏଠାକୁ ଯାଇଥାନ୍ତି । ତେବେ ଅସୁବିଧାଟି ହେଲା ସକାଳେ ଗଞ୍ଜା ରାବିବା ଏବଂ କୁକୁର ଭୁକିବା ଏହି ସହରୀ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିବ। ଶେଷରେ ମାମଲା ପୋଲିସ ପାଖରେ ପହଞ୍ଚିବ। ଫ୍ରାନ୍ସ କୋର୍ଟରେ ଏପରି ଶହ ଶହ ମାମଲା ବିଚାରାଧୀନ ଅଛି ଯେଉଁଥିରେ କୁକୁଡ଼ା ରାବ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। ଯଦିଓ ସରକାର ଏହା ଚାହାଁନ୍ତି ନାହିଁ, ତଥାପି ସରକାର ଏକ ନିୟମ ପ୍ରଣୟନ କରିଛନ୍ତି ଗଞ୍ଜା ଜୋରରେ ରାବିବ, କିନ୍ତୁ କେହି ତାହାର କିଛି କରିପାରିବେ ନାହିଁ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ଆଇନକୁ ସମର୍ଥନ କରିଥିଲେ ଏବଂ ଏହା ସିନେଟରେ ପହଞ୍ଚିଥିଲା। ଗଞ୍ଜା ରାବକୁ ସମର୍ଥନ କରାଯାଇଥିଲା।

 

Share