କାନାରା ବ୍ୟାଙ୍କ ପକ୍ଷରୁ ନଡ଼ିଆ ଚାରାରୋପଣ

ଭୁବନେଶ୍ୱର,୪।୯: କାନାରା ବ୍ୟାଙ୍କର ସର୍କଲ ଅଫିସ ଭୁବନେଶ୍ୱର ପକ୍ଷରୁ ଏକ ମେଗା ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଓ୍ବେଲଫେୟାର ଏଜେନ୍ସି ଫର୍‌ ରୁରାଲ ଡେଭଲପମେଣ୍ଟ ଏବଂ ସାତପଡା ଏନଆର ଫାଉଣ୍ଡେଶନର ମିଳିତ ସହଯୋଗରେ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅଧୀନ ଚାରିଛକଠାରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ ନଡ଼ିଆ ଚାରାରୋପଣ ସହିତ ପ୍ରାୟ ୪୦,୦୦୦ ନଡ଼ିଆ ଗଛ (ଚାରା) ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କାନାରା ବ୍ୟାଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର ନିର୍ଦ୍ଦେଶକ ଦିବାକର ପ୍ରସାଦ ହରିଚନ୍ଦନ, ଜିଏମ୍‌ ଜଗଦୀଶ ଚନ୍ଦରଙ୍କ ସମେତ ଅଶୋକ କୁମାର ମେହେର, ପ୍ରେମ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କାନାରା ବ୍ୟାଙ୍କର କର୍ମଚାରୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ।

Share