ଆବଶ୍ୟକ ସାମଗ୍ରୀ: ଅଧା କପ୍ କ୍ଷୀର, ଦେଢ କପ୍ ମଇଦା, ଏକ କପ୍ କୋରା ନଡିଆ, ଅଣ୍ଡା ୧ଟି, ୧/୪ କପ୍ ତେଲ, ଦୁଇ ଚାମଚ୍ ବେକିଂ ପାଉଡର, ଅଧା କପ୍ ଚିନି, ଏକ ଚାମଚ ଭାନିଲା ଏସେନ୍ସ, ଲୁଣ ସ୍ବାଦାନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଢାଳନ୍ତୁ। ସେଥିରେ କ୍ଷୀର, ତେଲ, ଭାନିଲା ଏସେନ୍ସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ମଇଦା, ନଡିଆ କୋରା, ବେକିଂ ପାଉଡର, ଚିନି, ଲୁଣ ପକାଇ ଘାଣ୍ଟି ଦିଅନ୍ତୁ ଯେପରି ତାହା ଭଲ ଭାବେ ମିଶିଯିବ। ମଫିନ୍ ପ୍ୟାନ୍ରେ ସାମାନ୍ୟ ତେଲ ଲଗାଇ ପ୍ରସ୍ତୁତ ମିଶ୍ରଣକୁ ଢାଳନ୍ତୁ। ଏହାକୁ ଓଭନ୍ରେ ୧୮୦ଡିଗ୍ରୀ ସେଲ୍ସିଅସ୍ରେ ୨୫ମିନିଟ୍ ପାଇଁ ରଖିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୋକୋନଟ୍ ମଫିନ୍। ଏହାକୁ ଓଭନ୍ରୁ କାଢି ଥଣ୍ଡା କରିବା ପରେ ନିଜେ ଖାଇବା ସହ ପରିବାର ଲୋକଙ୍କୁ ଖୁଆଇବାର ଆନନ୍ଦ ନିଅନ୍ତୁ। ଆପଣ ଚାହିଁଲେ ଏହାକୁ ଷ୍ଟୋର କରି ମଧ୍ୟ ରଖି ପରେ ଖାଇପାରିବେ।