କାଜଲଙ୍କର ପସନ୍ଦ ପ୍ରାକୃତିକ ପ୍ରସାଧନ ସାମଗ୍ରୀ

ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ବଲିଉଡ୍ ପୂର୍ବରୁ ସାଉଥ୍‌୍ ଇଣ୍ଡଷ୍ଟ୍ରିରେ ଖୁବ୍ ସକ୍ରିୟ । ନିଜର ଅଭିନୟ ବ୍ୟତୀତ ଏହି ନାୟିକା ନିଜର ଡାଏଟ ଓ ଲାଇଫ ଷ୍ଟାଇଲକୁ ନେଇ ରୁହନ୍ତି ଚର୍ଚ୍ଚାରେ । ମିଳିଥିବା ସୂଚନାରୁ ଜଣାପଡେ କି କାଜଲ ତାଜା ଫଳ, ପ୍ରୋଟିନ, ଦହି, ନଟସ୍ ଓ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି । ସେ ସବୁବେଳେ ସନ୍ତୁଳିତ ଡାଏଟ୍ ପସନ୍ଦ କରନ୍ତି । ଯେଉଁଥିରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟସ୍ ରହିଥାଏ । ନଡ଼ିଆ ପାଣି କାଜଲଙ୍କୁ ବହୁତ ପସନ୍ଦ । ସେ କିଛି ଖାଇବା ପୂର୍ବରୁ ନିଶ୍ଚିତ ଭାବେ ଗୋଟିଏ ଗିନା ସାଲାଡ ଖାଇ ଥାଆନ୍ତି । ଆଉ ପ୍ରତିଦିନ ଭିନ୍ନ ଭିନ୍ନ ବ୍ୟାୟାମ କରି ନିଜକୁ ଫିଟ୍ ରଖିଛନ୍ତି ଏହି ଅଭିନେତ୍ରୀ । ଫ୍ରିହ୍ୟାଣ୍ଡ ଏକ୍ସରସାଇଜ୍ ସାଙ୍ଗକୁ ଡ୍ୟାନ୍ସ କରିବାକୁ ବି ପସନ୍ଦ କରନ୍ତି କାଜଲ । ଯୋଗ ଓ ସୂର୍ଯ୍ୟନମସ୍କାର ଦେହ ପାଇଁ ସବୁଠାରୁ ଭଲ ବୋଲି କୁହନ୍ତି ଅଭିନେତ୍ରୀ । ତେବେ ସ୍କିନ ଓ କେଶର ଯତ୍ନ ନେବାକୁ ସେ ସବୁବେଳେ ନଡ଼ିଆ ତେଲ ବ୍ୟବହାର କରନ୍ତି । ପ୍ରାକୃତିକ ପ୍ରଡକ୍ଟ ତାଙ୍କର ପ୍ରଥମ ପସନ୍ଦ ଓ ତାଙ୍କ ସୁନ୍ଦରତାର ରାଜ୍ ବୋଲି ସେ କୁହନ୍ତି । ବହୁତ ପରିମାଣରେ ନଡ଼ିଆ ପାଣି ତାଙ୍କୁ ସୁନ୍ଦର ରଖିବାର ଆଉ ଏକ କାରଣ ବୋଲି ମଧ୍ୟ ସେ କୁହନ୍ତି ।

Share