ଅକ୍ଟୋବରରେ ‘କୋଡ୍‌ ନେମ୍‌: ତ୍ରିରଙ୍ଗା’

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘କୋଡ୍‌ ନେମ୍‌: ତ୍ରିରଙ୍ଗା’ ଅକ୍ଟୋବର ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ପରିଣୀତିଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ହାର୍ଡି ସାନ୍ଧୁ। ରିଭୂ ଦାସଗୁପ୍ତା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏକ ଆକ୍ସନ୍‌ ଫିଲ୍ମ। ପରିଣୀତି ଏଥିରେ ଜଣେ ର’ ଏଜେଣ୍ଟ ଭୂମିକାରେ ନଜରକୁ ଆସିବାକୁ ଥିବାବେଳେ ହାର୍ଡି ସାନ୍ଧୁଙ୍କ କ୍ୟାରେକ୍ଟରକୁ ଗୋପନ ରଖାଯାଇଛି। ନାୟିକା ଜଣକ ଫିଲ୍ମର ଏକ ଫଟୋ ଓ ରିଲିଜ୍‌ ଡେଟ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତେବେ ଫିଲ୍ମକୁ ସିନେପ୍ରେମୀଙ୍କ ଭଲପାଇବା ମିଳିବା ନେଇ ନିର୍ଦ୍ଦେଶକ ରିଭୂ ଆଶା ରଖିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଶରଦ କେଲକର, ରଜିତ କାପୁର, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ, ଶିଶିର ଶର୍ମା, ସବ୍ୟସାଚୀ ଚକ୍ରବର୍ତ୍ତୀ ପ୍ରମୁଖ କଳାକାର ଏଥିରେ ଅଭିନୟ କରିଛନ୍ତି। ପରଣୀତି ଶେଷଥର ପାଇଁ ଫିଲ୍ମ ‘ସାଇନା’ରେ ଦେଖାଯାଇଥିଲେ, ଯାହାର କାହାଣୀ ଟେନିସ୍‌ ପ୍ଲେୟର୍‌ ସାଇନା ନେହଓ୍ବାଲଙ୍କ ଜୀବନୀ ଉପରେ ଆଧାରୀତ ଥିଲା।

Share