Posted inଜାତୀୟ

ଆଚରଣ ବିଧି ୧୯୬୦ରୁ ଆରମ୍ଭ

ନୂଆଦିଲ୍ଲୀ,୧୭ା୩ଭାରତର ନିର୍ବାଚନ ଆୟୁକ୍ତ (ଇସିଆଇ) ଶନିବାର ଅପରାହ୍ନ ୩ଟାରେ ଲୋକ ସଭା ଓ ୪ ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ପରେ ତତ୍କାଳ ସାରା ଦେଶରେ ଆଦର୍ଶ ଆଚରଣ ବିଧି (ଏମ୍‌ସିସି) ଲାଗୁ ହୋଇଛି। ଏହି ଆଚରଣ ବିଧି ପ୍ରଥମେ ୧୯୬୦ରେ କେରଳ ବିଧାନସଭା ନିର୍ବାଚନ ବେଳେ ଲାଗୁହୋଇଥିଲା। ରାଜନୈତିକ ଦଳଗୁଡ଼ିକର ଆଚରଣ କିପରି ରହିବା ଉଚିତ ସେନେଇ ପ୍ରଶାସନ ପକ୍ଷରୁ ନୀତି ନିର୍ଦ୍ଧାରଣ କରାଯାଇଥିଲା।
ଇସିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ ୬୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଏହି କୋଡ୍‌ରେ ପରିବର୍ତ୍ତନ ଅଣାଯିବା ପରେ ବର୍ତ୍ତମାନର ଆଦର୍ଶ ଆଚରଣ ବିଧି ଏକ ବିଧିବଦ୍ଧ ରୂପ ନେଇଛି। ୧୯୬୦ରେ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏମ୍‌ସିସି ଲାଗୁ ହୋଇଥିବା ଇସିଆଇଙ୍କ ପକ୍ଷରୁ ପ୍ରକାଶିତ ‘ଲିପ୍‌ ଅଫ୍‌ ଫେଥ୍‌’ ଶୀର୍ଷକ ଏକ ପୁସ୍ତକରେ ପ୍ରକାଶ କରାଯାଇଛି। ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ଆୟୁକ୍ତଙ୍କ ଯାତ୍ରା ସମ୍ପର୍କରେ ଏଥିରେ ବିଶଦ ଭାବେ ଉଲ୍ଲେଖ କରାଯାଇଛି। ୧୯୬୮-୬୯ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ସମୟରେ ୧୯୬୮ ସେପ୍ଟେମ୍ବର ୨୬ରେ ‘ମିନିମମ୍‌ କୋଡ୍‌ ଅଫ୍‌ କଣ୍ଡକ୍ଟ’ ବା ‘ସର୍ବନିମ୍ନ ଆଚରଣ ବିଧି’ ଶୀର୍ଷକରେ ଇସିଆଇ ପ୍ରଥମ ଥର ପାଇଁ ଏମ୍‌ସିସି ଜାରି କରିଥିଲେ। ପରେ ୧୯୭୯, ୧୯୮୨, ୧୯୯୧ ଏବଂ ୨୦୧୩ରେ ଆଚରଣ ବିଧିର ସଂଶୋଧନ ହୋଇଥିଲା। ସେହି ସମୟରେ ନିର୍ବାଚନ କମିଶନ ‘ରୋଲ୍‌ ଆଣ୍ଡ୍‌ ରେସ୍‌ପନ୍ସିବିଲିଟିଜ୍‌ ଅଫ୍‌ ପଲିଟିକାଲ ପାର୍ଟିଜ୍‌ ଡ୍ୟୁରିଂ ଇଲେକ୍ସନ୍ସ: ଆନ୍‌ ଅପିଲ୍‌ ଟୁ ପଲିଟିକାଲ ପାର୍ଟିଜ୍‌ ଫର୍‌ ଦି ଅବଜର୍ଭେନ୍ସ ଅଫ୍‌ ମିନିମମ୍‌୍‌ କୋଡ୍‌ ଅଫ୍‌ କଣ୍ଡକ୍ଟ ଡ୍ୟୁରିଂ ଇଲେକ୍ସନ୍‌ ପ୍ରୋପାଗଣ୍ଡା ଆଣ୍ଡ୍‌ କ୍ୟାମ୍ପେନ୍‌’ ଶୀଷର୍କ ଏକ ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଆଚରଣ ମାନ ନିର୍ଦ୍ଧାରଣ ପାଇଁ ଏହା କରାଯାଇଥିଲା।
୧୯୭୯ରେ ରାଜନୈତିକ ଦଳଗୁଡ଼ିକୁ ନେଇ ଅନୁଷ୍ଠିତ ଏକ ସମ୍ମିଳନୀରେ ଶାସକ ଦଳଗୁଡ଼ିକର ଆଚରଣ ଉପରେ ନଜର ରଖିବା ପାଇଁ ସମସ୍ତେ ରାଜି ହୋଇଥିଲେ।
ଏଥିସହ କ୍ଷମତସୀନ ଦଳକୁ ନିଜ ଶକ୍ତିର ଦୁରୁପଯୋଗଜନିତ ସୁବିଧା ହାସଲରୁ କ୍ଷାନ୍ତ କରିବା ସକାଶେ ବ୍ୟବସ୍ଥାକୁ ବ୍ୟାପକ କରାଯାଇଥିଲା।
୨୦୧୩ରେ ଏକ ସଂସଦୀୟ କମିଟି ବୈଠକରେ ଏମ୍‌ସିସିକୁ ଆଇନଗତ ସମର୍ଥନ ଦେବା ପାଇଁ ସୁପାରିସ କରାଯାଇଥିଲା। ଇସିଆଇଙ୍କୁ ନିଜ ସମ୍ପୂର୍ଣ୍ଣ କ୍ଷମତା ପ୍ରୟୋଗ ଲାଗି ଏଥିରେ ପ୍ରସ୍ତାବ ରହିଥିଲା। ପୂର୍ବତନ ସିଇସି ଏସ୍‌.ଓ୍ବାଇ. କୁରେଶୀ ଏମ୍‌ସିସି ଉପରେ ଆଇନ ଆଣିବା ପ୍ରସ୍ତାବର ଜଣେ ବଡ଼ ସମର୍ଥକ। ସେ ତାଙ୍କ କାର୍ଯ୍ୟକାଳ ସମୟରେ ଉଲ୍ଲଂଘନକାରୀ ନେତାଙ୍କୁ ଦଣ୍ଡିତ କରିବା ସକାଶେ କଠୋର ଆଇନ ପ୍ରଣୟନ କରିବାକୁ ପ୍ରସ୍ତାବ ଦେଇଥିଲେ।
ଗତ ଲୋକ ସଭା ନିର୍ବାଚନ ତାରିଖ ୨୦୧୯ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ଏପ୍ରିଲ ୧୧ରୁ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ମେ’ ୨୩ରେ ଭୋଟ ଗଣତି କରାଯାଇଥିଲା।

ଏମ୍‌ସିସି କ’ଣ…
ଏମ୍‌ସିସି ହେଉଛି ନିର୍ବାଚନ ସମୟରେ ସବୁ ପକ୍ଷଙ୍କ ସହମତିରେ କରାଯାଉଥିବା ଏକ ରାଜିନାମା। ପ୍ରଚାର, ମତଦାନ ଓ ଭୋଟ ଗଣତିକୁ ବ୍ୟବସ୍ଥିତ ଢଙ୍ଗରେ, ସ୍ବଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ କରାଯିବା ଏହାର ଲକ୍ଷ୍ୟ। ଏଥିଲାଗି କ୍ଷମତାରେ ଥିବା ଦଳ ପକ୍ଷରୁ ନିର୍ବାଚନ ସମୟରେ ସରକାରୀ କଳ ଓ ଅର୍ଥର ଦୁରୁପଯୋଗକୁ ରୋକାଯାଇଥାଏ। କିନ୍ତୁ ଏହା ପ୍ରତି କୌଣସି ସାମ୍ବିଧାନିକ ସମର୍ଥନ ନାହିଁ। ଏହା ସତ୍ତ୍ୱେ ସୁପ୍ରିମକୋର୍ଟ ଅନେକ ଥର ଏମ୍‌ସିସିର ପବିତ୍ରତା ରକ୍ଷା କରିଆସିଛନ୍ତି। ଆଚରଣ ବିଧିର କୌଣସି ପ୍ରକାର ଉଲ୍ଲଂଘନ ହେଲେ ତାହା ଉପରେ ତଦନ୍ତ କରାଯାଇ ଦଣ୍ଡିତ କରିବା ପାଇଁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ରୂପେ ଅଧିକୃତ। ଏମ୍‌ସିସି ଲାଗୁହେବା ପରେ ମନ୍ତ୍ରୀ ବା ସରକାରୀ କର୍ତ୍ତୃପକ୍ଷ କୌଣସି ପ୍ରକାର ଆର୍ଥିକ ଅନୁଦାନ ଘୋଷଣା କରିପାରିବେ ନାହିଁ। ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ପ୍ରକଳ୍ପ ବା ଯୋଜନା ଘୋଷଣା କରାଯାଇପାରିବ ନାହିଁ। ପ୍ରଚାର ଉଦ୍ଦେଶ୍ୟରେ ସରକାରୀ କଳର ବ୍ୟବହାର ଉପରେ ରୋକ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri