ଆଚରଣ ବିଧି ଉଲ୍ଲଂଘନ: ପିଇଓ ନିଲମ୍ବିତ

ବରଗଡ଼ ଅଫିସ, ୩୦।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବରଗଡ଼ ଜିଲା ସରଗରମ ହୋଇ ପଡ଼ଛି। ତେବେ ଏହି ସମୟରେ ବରଗଡ଼ ବ୍ଲକ ଖଣ୍ଡହଥା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଗୋଲାପ ନାଏକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ପାଇ ଜିଲାପାଳ ମୋନିଷା ବାନାର୍ଜୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଉପଜିଲାପାଳ ଅଫିସରେ ନିୟମିତ ଉପସ୍ଥାନ ଦେବାକୁ ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି ।

Share