କୋରାପୁଟରେ ଉତ୍ପାଦିତ କଫି ଗଲା କର୍ନାଟକ

କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟର ଉତ୍ପାଦିତ ୩୧୮ କୁଇଣ୍ଟାଲ କଫି ଶନିବାର ୨ଟି ଟ୍ରକରେ କର୍ନାଟକ ପଠାଯାଇଛି। ଏହାକୁ ଜିଲାପାଳ ଅବଦାଲ ମହମ୍ମଦ ଅଖତାର ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସମୟରେ କୋରାପୁଟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ଜିଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଟିଡିସିସିର ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମଲ୍ଲିକ ଓ ମାକେଟିଂ ଅଧିକାରୀ ଆଶୁତୋଷ ନନ୍ଦ, କାପକୋ ଅଧ୍ୟକ୍ଷା ସାବିତ୍ରୀ ନାୟକ,କାର୍ଯ୍ୟନିର୍ବାହୀ ଅଧିକାରୀ ତପନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ତଜାର୍ତୀୟ ଖ୍ୟାତି ସମ୍ପନ୍ନ ଟାଟା କମ୍ପାନୀ ସହିତ କୋରାପୁଟ କଫିକୁ ସଂଯୋଗ କରାଯାଇପାରିଥିବା ଆଦିବାସୀ ଉନ୍ନୟନ ସମବାୟ ନିଗମ ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମଲିକ କହିଛନ୍ତି।

Share