ରାତିରେ ଖସୁଛି ପାରଦ, ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର

ଜି ଉଦୟଗିରି, ୨୧।୧୨(ଶିଶିର ପଟ୍ଟନାୟକ ) ରାଜ୍ୟରେ ଦିନକୁ ଦିନ ଶୀତ ବୃଦ୍ଧି ପାଇବାରେ ଲାଗିଛି। ଜି ଉଦୟଗିରି ଲଗାତାର ଭାବେ ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି । ଗୁରୁବାର ସକାଳ ୮ ଘଣ୍ଟା ସୁଦ୍ଧା ଜି ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪ ଗିଗ୍ରୀ ସେଲସିୟସ ରହିଛି। ଏସମ୍ପର୍କରେ ଜି ଉଦୟଗିରି କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛ। ପ୍ରବଳ ଥଣ୍ଡା ଲାଗି ରହିବା ଫଳରେ ଛୋଟ ପିଲାମାନେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହେବା ସହ ବୃଦ୍ଧ ବୃଦ୍ଧାମାନେ ଭୀଷଣ ଥଣ୍ଡା ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି । ଦିନ ୧୦ଟା ସୁଦ୍ଧା ଘରୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି । ସର୍ବାଧିକ ତାପମାତ୍ରା ୨୩.୬ଡିଗ୍ରୀ ରହୁଥିବା ଓ କୋହଲା ପବନ ବୋହୁଥିବା ଯୋଗୁ ଦିନବେଳେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଆଜି ମଧ୍ୟ ସ୍ଥାନେ ସ୍ଥାନେ ତୁଷାର ପାତ ହୋଇଛି।

Share