ନୂଆଦିଲ୍ଲୀ,୬।୧: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଥଣ୍ଡା ଜାରି ରହିଛି। ଏଥିସହିତ ସହିତ ଘନ କୁହୁଡି ପଡୁଛି, ଏହି କାରଣରୁ ଟ୍ରାଫିକ୍ ମଧ୍ୟ ପ୍ରଭାବିତ ହେଉଛି। ଦିଲ୍ଲୀର ଆୟା ନଗରରେ ସର୍ବନିମ୍ନ ତାପମାତ୍ରା ୧.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୪.୦ ଡିଗ୍ରୀ ସେଲସିୟସ ଏବଂ ଦିଲ୍ଲୀ ରିଜରେ ୩.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୩ ଦିନ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଘନ କୁହୁଡ଼ି ହେବାର ହୋଇପାରେ। ଏହା ବ୍ୟତୀତ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।