Categories: ଫୁରସତ

କୋଲଡ୍ରିଙ୍କ୍ସ ପିଇଲେ କ୍ୟାନସର! ଚେତାଇଲା ହୁ

‘ମିଠା ହେ ପର ଚିନି ନହିଁ ହେ’ ଏପରି କଥା ଆପଣ ବିଭିନ୍ନ କୋଲ୍ଡ ଡ୍ରିଙ୍କ୍ସର ବିଭିନ୍ନ ବିଜ୍ଞାପନରେ ଶୁଣିବାକୁ ପାଇଥିବେ। କିନ୍ତୁ ଏକ ରିପୋର୍ଟରୁ ଜଣାପଡିଛି କି, ଏପରି କୋଲ୍ଡ ଡ୍ରିଙ୍କ୍ସ ଏବଂ ଡାଏଟ୍‌ କୋକ୍‌ରେ ରହିଛି କ୍ୟାନସର୍‌ ସୃଷ୍ଟିକାରୀ ତତ୍ତ୍ୱ। ଏନେଇ ଚେତାଇଛି ହୁ। ବିଭିନ୍ନ ପ୍ରକାର କୋଲ୍ଡଡ୍ରିଙ୍କ୍ସରେ ଆର୍ଟିଫିସିଆଲ ସୁଇଟ୍‌ନର କିମ୍ବା କୃତିମ ମିଠା ରହିଥିବାର କହିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ଏହି କୃତିମ ମିଠାରୁ କ୍ୟାନସର୍‌ ହେବାର ଆଶଙ୍କା ରହିଛି ବୋଲି ହୁ ଚେତାବନୀ ଦେଇଛି।

ଡାଇବେଟିସ୍‌ ରୋଗୀ କିମ୍ବା କେତେକ ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି ଏହି କୃତିମ ମିଠାକୁ ନିଜ ଦୈନନ୍ଦିନ ଖାଦ୍ୟପଦାର୍ଥ କିମ୍ବା ପାନୀୟରେ ବ୍ୟକହାର କରନ୍ତି। କୃତିମ ମିଠା ଭାବେ ଆସପୋର୍ଟମକୁ ବିଭିନ୍ନ କୋଲ୍ଡଡ୍ରିଙ୍କ୍ସ, ଡାଏଟ୍‌ କୋକ୍‌ରେ ବ୍ୟବହାର କରାଯାଇଥାଏ। କ୍ୟାନସର ଉପରେ ଗବେଷଣା କରୁଥିବା ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସର (ଆଇଏଆରସି) ଜୁଲାଇରେ ଆସ୍‌ପାର୍ଟେମ୍‌କୁ କ୍ୟାନସର୍‌ କାରକ ଭାବେ ତାଲିକା ଭୁକ୍ତ କରିବା ନେଇ ସୂଚନା ଦେଇଛି।

Share