ଦାରିଙ୍ଗବାଡ଼ିରେ ଦିନରେ ଶୀତ, ରାତିରେ ନାହିଁ

ଦାରିଙ୍ଗବାଡ଼ି,୨୯।୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଚଳିତବର୍ଷ ବହୁ ଦିନ ଧରି ବାରମ୍ବାର ପାଣିପାଗର ପରିବର୍ତ୍ତନ ଦେଖାଯିବା ସହ ଶୀତ ମାତ୍ର ହାତଗଣତି କିଛିି ଦିନ ହେବା ସହ ଜାନୁୟାରୀରେ କମିଛି। ଫଳରେ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶ ଭାବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା ସହ ଦିନରେ କୋହଲା ପାଗରେ ଶୀତ ହେଉଥିବା ବେଳେ ରାତି ସମୟରେ ଶୀତ କମ୍‌ ଜଣାପଡ଼ିଛି। ତେଣୁ ରାତ୍ରିିଯାପନ କରିଥିବା ପର୍ଯ୍ୟଟକଙ୍କୁ ଶୀତର ମଜା ନେବା ଆଶା ନିରାଶ କରିଛି। ପାଗ ମେଘୁଆ ଯୋଗୁ ସକାଳ ସମୟରେ ସ୍ଥାନେ ସ୍ଥାନେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି। ରାଜ୍ୟ ତଥା ବାହାରର ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ପହଞ୍ଚି ବଣଭୋଜି କରିବା ସହ ମଜା ନେଉଛନ୍ତି। ଡୁଲୁରୀ ପାଇନ ବଣ ସମେତ ମିଡ଼ିୟୁବାନ୍ଦା ଜଳପ୍ରପାତ, ଲଭର୍ସପଏଣ୍ଟରେ ଅଧିକ ବଣ ଭୋଜି କରୁଥିବା ଦେଖିବାକୁ ମିଳିଛି ।

Share