ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ଗତ କିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଶୁକ୍ରବାର ହ୍ରାସ ପାଇଛି। ପାରଦ ୨ରୁ ୩ଡିଗ୍ରୀ ସେଲ୍ସିୟସ ଉପରକୁ ଉଠିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୬, ବୌଦ୍ଧରେ ୯.୫, କୋରାପୁଟରେ ୯.୬, ଭବାନୀପାଟଣାରେ ୯, କେନ୍ଦୁଝରରେ ୧୦.୨, ସୋନପୁରରେ ୧୦.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ତେବେ ଆସନ୍ତା ଜାନୁୟାରୀ ପହିଲାରୁ ପୁଣି ଶୀତ ବଢ଼ିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।