Posted inଜାତୀୟ

ଫଡନାଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କୋଲ୍ଡ ଓ୍ବାର!

ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟର ନେତାମାନେ ସବୁକିଛି ଠିକ ଅଛି ବୋଲି ଦାବି କରିପାରନ୍ତି, କିନ୍ତୁ ବାସ୍ତବରେ ସେପରି ଦେଖାଯାଉ ନାହିଁ। ସମ୍ପ୍ରତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟର ତିନୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ତାଙ୍କ ଅନୁପସ୍ଥିତି ଅନେକ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି।
ଘଟଣାହେଉଛି ଥାଣେ ଜିଲାର ବଦଲାପୁରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଐତିହାସିକ ଆଗ୍ରା ଦୁର୍ଗରେ ମରାଠା ରାଜାଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ଆମ୍ବେଗାଓଁ ବୁଡ୍ରୁକରେ ଶିବସୃଷ୍ଟି ଥିମ ପାର୍କର ଦ୍ୱିତୀୟ ପର୍ଯ୍ୟାୟ ଉଦଘାଟନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉପସ୍ଥିତ ନଥିଲେ। ଏହି ତିନୋଟି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଦେବେନ୍ଦ୍ର ଫଡନାଭିସଙ୍କୁ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ସାମ୍ପ୍ରତିକ ସମୟରେ, ମହାରାଷ୍ଟ୍ରର ଗୃହ ବିଭାଗ ଶାସକ ମେଣ୍ଟରେ ସାମିଲ ୨୦ ଜଣ ଶିବସେନା ବିଧାୟକଙ୍କ ସୁରକ୍ଷା ହ୍ରାସ କରିଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସହିତ ଜଡିତ ବୋଲି ଦେଖାଯାଉଥିଲା।
ଯେଉଁ ବିଧାୟକମାନଙ୍କର ସୁରକ୍ଷା ହ୍ରାସ କରାଯାଇଥିଲା, ସେମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ବିଧାୟକ ଶିବସେନାର। ଶିବସେନାର ୨୦ ଜଣ ବିଧାୟକ ଏବଂ ଭାଜପା ଏବଂ ଏନସିପି (ଅଜିତ ପାୱାର)ଙ୍କ ଦଳର କେତେଜଣି ବିଧାୟକଙ୍କ ସୁରକ୍ଷା ହ୍ରାସ କରାଯାଇଛି।
ତଥାପି, ମହାୟୁତି ମେଣ୍ଟରେ ଶୀତଳ ଯୁଦ୍ଧର କଳ୍ପନାଜଳ୍ପନା ଜୋର ଧରିବା ପରେ, ବୁଧବାର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଏକ ବୟାନ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସୋମବାର ତାଙ୍କ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ମଧ୍ୟରେ ମତଭେଦ ଥିବା ଗୁଜବକୁ ଖାରଜ କରି ସେମାନଙ୍କ ସମ୍ପର୍କକୁ ‘ଥଣ୍ଡା ଥଣ୍ଡା, କୁଲ କୁଲ’ ବୋଲି ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷରେ ଏପ୍ରିଲ ତାପମାତ୍ରା ୪ ଡିଗ୍ରୀ ବଢ଼ିଛି

ବୁଏନ୍ସ ଏୟାର୍ସ, ୨୧।୪: ୨୦୨୫ ଏପ୍ରିଲରେ ଭାରତ ଓ ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ସୀମା ଟପିଛି। ଏକ ନୂଆ ଅନ୍ତର୍ଜାତୀୟ ବୈଜ୍ଞାନିକ ବିଶ୍ଳେଷଣ ଅନୁଯାୟୀ, ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ...

ନିଖୋଜ ଆଶୀର୍ବାଦଙ୍କ ମୃତଦେହ ମିଳିଲା: ମାରି ଫିଙ୍ଗିଥିଲେ ଦାଦା!

ଡେଲାଙ୍ଗ,୨୧ା୪: ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ...

ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଘୋଷାରିନେଲେ

ଛତରପୁର, ୨୧।୪: ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟରେ ଜଣେ ୭୦ ବର୍ଷୀୟ ବରିଷ୍ଠ ନାଗରିକ ଉଦ୍ଧବ ସିଂଙ୍କୁ ୨ ଜଣ ବ୍ୟକ୍ତି ଘୋଷାରି ନେଉଥିବାର ଏକ...

ନିଶିକାନ୍ତ, ଦୀନେଶଙ୍କୁ ବହିଷ୍କାର କର: କଂଗ୍ରେସ

ନୂଆଦିଲ୍ଲୀ,୨୧ା୪: ଲୋକ ସଭାରେ ଚତୁର୍ଥ ଥର ପାଇଁ ଭାଜପାରୁ ପ୍ରତିନିଧିତ୍ୱ କରୁଥିବା ନିଶିକାନ୍ତ ଦୁବେ ଶନିବାର ଏନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି...

ଆମେରିକାରେ ତେଜୁଛି ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ୍‌,୨୧ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍‌ ଯୁଦ୍ଧ ନୀତି ବିରୋଧରେ ଶନିବାର ଓ୍ବାଶିଂଟନ୍‌, ନ୍ୟୁୟର୍କ ଓ ଶିକାଗୋ ସମେତ...

ଆଜି ମୋଦି-ଭାନ୍ସ ଆଲୋଚନା

ନୂଆଦିଲ୍ଲୀ,୨୧।୪(ପି.ଟି.): ଭାରତ ଗସ୍ତରେ ଆସୁଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ତାଙ୍କ ସ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସେକେଣ୍ଡ ଲେଡି ଉଷା ଭାନ୍ସଙ୍କ ସମ୍ମାନାର୍ଥେ...

ଆଜି ୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୧ା୪(ଅଜିତ କୁମାର ମହାନ୍ତି): ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା...

ଫ୍ରାନ୍ସରୁ ୨୬ ରାଫାଲ ଜେଟ୍‌ କିଣିବ ଭାରତ

ନୂଆଦିଲ୍ଲୀ,୨୦।୪: ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍‌ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image