ଫୁଲବାଣୀ ଅଫିସ, ୨୩ା୧୨: କନ୍ଧମାଳ ଜିଲାରେ ଶୀତର ପ୍ରକୋପ ହଠାତ୍ ବଢ଼ିଯାଇଛି । ବିଗତ ତିନି ଦିନ ହେବ ଜିଲାରେ ତାପମାତ୍ରା କମିବାରେ ଲାଗିଛି । ଫୁଲବାଣୀରେ ରବିବାର ୫.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୁଧବାରରେ ସୁଦ୍ଧାରେ ଏହା ୪ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଦାରିଙ୍ଗିବାଡିରେ ୫ ଡିଗ୍ରୀ ତଳକୁ ଥିବା ତାପାମାତ୍ର ରେକର୍ଡ କରାଯାଇଛି । ଜିଲାରେ ହଠାତ୍ ଶୀତ ପଡିବାରୁ ଜୀବନ ଜିବିକା ଅସହ୍ୟ ହୋଇପଡିଛି । ଆଗାମୀ ଦିନରେ ଶୀତ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ଖରା ଥିଲେ ମଧ୍ୟ ଶୀତ ବସ୍ତ୍ର ନ ପିନ୍ଧିଲେ ବାହାରକୁ ବାହାରି ହେଉନାହିଁ । ଶୀତ ହଠାତ୍ ବୃଦ୍ଧି ପାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୟସ୍କ ଏବଂ ବୃଦ୍ଧାବୃଦ୍ଧଙ୍କ ସମସ୍ୟା ଆହୁରି ଜଟିଳ ହୋଇପଡିଛି । ଶୀତ ଏଥର ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।