Categories: ଜାତୀୟ

ଆହୁରି କିଛିଦିନ ଥରାଇବ ଜାଡ଼

ନୂଆଦିଲ୍ଲୀ,୧୫ ।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ ଭାରତ ଓ ଉପକୂଳ ଆନ୍ଧ୍ର ପ୍ରଦେଶରେ ଆସନ୍ତା ୨ ଦିନ ବର୍ଷା ଲାଗି ରହିବ । ଏହାସହ ଆଗାମୀ ୪-୫ ଦିନ ଉତ୍ତର ଭାରତରେ ଘନ କୁହୁଡି ଦେଖାଯିବ । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଭାରତରେ ଶୀତ ଲହରୀ ଜାରି ରହିବ ବୋଲି ଭବିଷ୍ୟବାଣୀ କରିଛି ଆଇଏମଡି । ଆଇଏମଡିର ସୂଚନା ଅନୁଯାୟୀ, ନିମ୍ନ କ୍ଷେତ୍ରମଣ୍ଡଳ ସ୍ତରରେ ଉତ୍ତର କର୍ନାଟକରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ ଚାଲିଛି । ଏହାସହ ଦକ୍ଷିଣ କୋଙ୍କଣରେ ଏକ ଘୁର୍ଣ୍ଣି ବଳୟ ରହିଛି । ଏହାର ପ୍ରଭାବରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ମରାଠୱାଡା, ବିଦର୍ଭ, ଛତିଶଗଡ ଓ ତେଲେଙ୍ଗାନାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Share