ଦାରିଙ୍ଗବାଡ଼ି,୨୬।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କୋହଲା ପାଗ ଯୋଗୁ ଦିନରେ ପ୍ରବଳ ଶୀତ ଅନୁଭତ ହେଉଛି। ରାତିରେ ତାପମାତ୍ରା ୧୦ଡିଗ୍ରୀ ଉପରେ ରହିଥିବାରୁ କିଛିମାତ୍ରାରେ ଶୀତ କମିଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି।
ଏପରିକି ଶନିବାର ଏବଂ ରବିବାର ଛୁଟିଦିନ ରହିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା, ରାଇକିଆ, ଫୁଲବାଣୀ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଜମିଛି।