Categories: ଜାତୀୟ

ଚଳିତ ସିଜିନ୍‌ର ସବୁଠୁ ଥଣ୍ଡା ଦିନ: -୪ ଡିଗ୍ରୀ ଛୁଇଁଲା ତାପମାତ୍ରା

ନୂଆଦିଲ୍ଲୀ,୧୨।୧୨: ଦେଶର ଅନେକ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ଥଣ୍ଡା ଆହୁରି ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ପରିସ୍ଥିତି ସମାନ ରହିଛି। ଏଠାରେ ଗତକାଲି ଆର୍ଥାତ୍‌ ଡିସେମ୍ବର ୧୧ ସବୁଠାରୁ ଶୀତ ଦିନ ଥିଲା। ଜମ୍ମୁ କଶ୍ମୀରରେ ପାରା ଶୂନରୁ ତଳକୁ ଖସି -୪ ଡିଗ୍ରୀ ଛୁଇଁଛି। ପାଣିପାଗ ବିଭାଗ ଅନୁଯାୟୀ ଡିସେମ୍ବର ୧୫ ସୁଦ୍ଧା ଉତ୍ତର ଭାରତର ତାପମାତ୍ରାରେ ଆହୁରି ହ୍ରାସ ଘଟିବ।
ପାଣିପାଗ ବିଭାଗ ଅନୁଯାୟୀ, ଜମ୍ମୁ-କଶ୍ମୀରର ଶ୍ରୀନଗରରେ ତାପମାତ୍ରା -୪.୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। ଆଇଏମଡି ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ୬-୧୦ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୧୨ ରୁ ୧୭ ମଧ୍ୟରେ ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬ ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ମଙ୍ଗଳବାର ଦିଲ୍ଲୀ-ଏନସିଆରରେ ସର୍ବାଧିକ ତାପମାତ୍ରା ୨୩ ଡିଗ୍ରୀ ଥିବାବେଳେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ହେବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ କହିଛି ଯେ ତାପମାତ୍ରା ଆହୁରି ହ୍ରାସ ପାଇବ ଏବଂ ସକାଳେ କୁହୁଡି ହେବାର ଆଶଙ୍କା ରହିଛି।

Share