Categories: ଖେଳ

ଅଲିମ୍ପିକ୍ସରେ ଭାଗ ନେବେନି କୋଲ୍‌ମ୍ୟାନ

ଜେନେଭା, ୧୭ା୪(ଏପି)- ଆମେରିକାନ୍‌ ସ୍ପ୍ରିଣ୍ଟର ଖ୍ରିଷ୍ଟିଆନ୍‌ କୋଲ୍‌ମ୍ୟାନ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ। ଜାଣିଶୁଣି ଡୋପିଂ ଟେଷ୍ଟ ଦେଇ ନ ଥିବାରୁ ତାଙ୍କ ଉପରେ୧୦୦ମିଟର ବିଶ୍ୱଚାମ୍ପିୟନଙ୍କୁ ୨ବର୍ଷ ବାସନ୍ଦ କରାଯାଇଥିଲା। ତାହାକୁ ଉଠାଇବା ଲାଗି ସେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ରେ ଅପିଲ କରିଥିଲେ। କୋର୍ଟ କିନ୍ତୁ ଏହାର ପରିମାଣ ୧୮ ମାସ ହ୍ରାସ କରିଛନ୍ତି, ଯାହାକି ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ରହିବ। ଅର୍ଥାତ ସେତେବେଳକୁ ଅଲିମ୍ପିକ୍ସ ଶେଷ ହେବାର ୩ ମାସ ପୂରଣ ହୋଇଯାଇଥିବ। ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ଦ୍ୱାରା ୨ ବର୍ଷ ବାସନ୍ଦ ଦଣ୍ଡ ବିରୋଧରେ କୋଲ୍‌ମ୍ୟାନ ଗତ ଅକ୍ଟୋବରରେ ଚ୍ୟାଲେଞ୍ଜ କରିଥିଲେ। ୨୫ବର୍ଷୀୟ ଏହି ସ୍ରିଣ୍ଟର କିନ୍ତୁ ୨୦୨୨ରେ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇପାରିବେ। ତନ୍ମଧ୍ୟରେ ଇରେଗୋଁର ୟୁଜିନିଠାରେ ବିଶ୍ୱଚାମ୍ପିୟନଶିପ ଅନ୍ୟତମ ରହିଛି। କୋଲ୍‌ମ୍ୟାନ ୨୦୧୯ରେ ଦୋହାଠାରେ ବିଶ୍ୱ ଟାଇଟଲ ଜିତିଥିଲେ।

Share