ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶର ଚନ୍ଦୌସିରେ ଶୀତଳ ଭଣ୍ଡାରର ଛାତ ଭୁଶୁଡିବା ପରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିସହ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି କେତେକ ଲୋକ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୋଲିସ କହିଛି। ଏହି ଘଟଣାରେ ମାଲିକ ସମେତ ୨ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଛି। ତେବେ ଭଗ୍ନାବଶେଷ ଗୁଡିକ ହଟାଯିବା ପରେ ଏହି କୋଠାର ଭୁଶୁଡିବାର ପ୍ରକୃତ କାରଣ ଜଣାପଡିବ ବୋଲି ଏସ୍ପି ଚକ୍ରୋଶ ମିଶ୍ରା କହିଛନ୍ତି।