ଧାମନଗର,୯।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଉପର ଅସ୍ତକ ଗ୍ରାମରେ ଥିବା ଗୋପବନ୍ଧୁ ନଗର ପୋଷ୍ଟ ଅଫିସ ନିକଟରେ ପ୍ରାୟ ୩୦ ଫୁଟ ଲମ୍ବର ବନ୍ଧ ନଦୀ ଗର୍ଭକୁ ଧସିଯାଇଛି। ଏଥିରେ ୧୫ ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପଥର ପ୍ୟାକିଂ ହୋଇ ନ ଥିବାରୁ ଏପରି ବିପଦ ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।