ତାସଘର ଭଳି ଭୁଶୁଡ଼ିଲା କୋଠା

ଇସ୍ତାନବୁଲ, ୭।୨: ଗୋଟିଏ ଦିନରେ ତିନିଟି ଶକ୍ତିଶାଳୀ ଭୂକମ୍ପ ତୁର୍କୀ ଏବଂ ସିରିଆକୁ ଦୋହଲାଇ ଦେଇଛି। ଦୁଇ ଦେଶର ପାରିପାର୍ଶ୍ୱିକ ବାତାବରଣର ଚିତ୍ର ମଧ୍ୟ ବଦଳିଯାଇଛି। ଚାରିଆଡ଼େ କାନ୍ଦ ବୋବାଳିର ଶବ୍ଦ ଶୁଣାଯାଉଥିବାବେଳେ ଡାକ୍ତରଖାନାରେ ରକ୍ତଭିଜା ଶରୀରରେ ଛାଇ ହୋଇଯାଇଛି। ବିଲ୍ଡିଂର ଭଗ୍ନାବଶେଷରେ ରାସ୍ତାଘାଟ ସବୁ ଅବରୋଧ ହୋଇଯାଇଛି। ଭୂକମ୍ପ ପ୍ରଭାବରେ ତାସଘର ଭଳି କୋଠାମାନ ଭୁଶୁଡ଼ୁଥିବା ଦେଖିବାକୁ ମିଳିଛି। ଭୂକମ୍ପରେ ୨,୭୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଭଗ୍ନାବଶେଷ ତଳେ ଶତାଧିକ ଲୋକେ ଫସି ରହିଥିବା ବିଶ୍ୱାସ କରାଯାଉଛି। ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବାର ଆଶଙ୍କା ରହିଛି। ୭.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ପରେ ଆହୁରି ୨ଟି ବଡ଼ ଭୂକମ୍ପ ସହ ପଶ୍ଚାତ କମ୍ପନ ଅନୁଭୂତ ହୋଇଥିଲା। ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଇର୍ଡୋଗାନଙ୍କ ସୂଚନା ମୁତାବକ ଭୂକମ୍ପରେ ୫,୩୮୩ ଜଣ ଆହତ ହୋଇଥିବାବେଳେ ପାଖାପାଖି ୨,୮୧୮ ବିଲ୍ଡିଂ ମାଟିରେ ମିଶିଯାଇଛି।
ଓ ସିରିଆରେ ଏ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ପରେ ବହୁ ରାଷ୍ଟ୍ର ସହାୟତାର ହାତ ବଢ଼ାଇଛନ୍ତି। ଭାରତ ପକ୍ଷରୁ ଦୁଇଟି ରେସ୍କ୍ୟୁ ଟିମ୍‌, ଚିକିତ୍ସା ସମାଗ୍ରୀ ପଠାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମୃତକଙ୍କ ପାଇଁ ସମବେଦନା ଜଣାଇବା ସହ ସ୍ବତନ୍ତ୍ର ଟିମ୍‌ ଓ ରିଲିଫ୍‌ ସାମଗ୍ରୀ ଦୁଇ ଦେଶକୁ ପଠାଇଥିବା କହିଛନ୍ତି। ତୁର୍କୀର ଦକ୍ଷିଣାଞ୍ଚଳ ଏବଂ ସିରିଆର ଉତ୍ତରାଞ୍ଚଳରେ ବଡ଼ ଧରଣର ଭୂକମ୍ପ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳ୍ୟୁଏଚ୍‌ଓ) ଦୁଇ ଦେଶକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ତୁର୍କୀ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ପୋପ୍‌ ଫ୍ରାନ୍ସିସ୍‌ ଅତ୍ୟନ୍ତ ମର୍ମାହତ ଏବଂ ମୃତକଙ୍କ ପାଇଁ ସେ ସମବେଦନା ଜଣାଇଥିବା ଭାଟିକାନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରୋଁ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୁର୍କୀ ଓ ସିରିଆକୁ ସହାୟତାର ହାତ ବଢ଼ାଇଛନ୍ତି।

ପୂର୍ବରୁ ହୋଇଥିବା ବଡ଼ ଭୂକମ୍ପ

ମସିହା ମେ ୨୨ରେ ଦକ୍ଷିଣ ଆମେରିକାର ଚିଲେରେ ୯.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ୪,୪୮୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ନିୟୁତ ଲୋକ ବାସହରା ହୋଇଥିଲେ।
ମସିହା ମାର୍ଚ୍ଚ ୨୮ରେ ଆଲାସ୍କାର ପ୍ରିନ୍ସ ଓ୍ବିଲିଅମ ସାଉଣ୍ଡରେ ୯.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯେଉଁଥିରେ ୧୨୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୩୧୧ ନିୟୁତ ଡଲାରର ସମ୍ପତ୍ତି ନଷ୍ଟ ହୋଇଥିଲା।
୨୦୦୪ ମସିହା ଡିସେମ୍ବର ୨୬ରେ ନର୍ଦର୍ନ ସୁମାତ୍ରାର ଓ୍ବେଷ୍ଟ କୋଷ୍ଟରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୯.୧ ଥିଲା। ଏଥିରୁ ହୋଇଥିବା ସୁନାମି ଦ୍ୱାରା ଇଣ୍ଡୋନେସିଆ ଅଧିକ ପ୍ରଭାବିତ ହୋଇଥିଲା। ପାଖାପାଖି ୨,୩୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।
ମସିହା ଅଗଷ୍ଟ ୧୩ରେ ଆମେରିକାର ଏରିକା ଓ ପେରୁରେ ୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଥିବାବେଳେ ୨୫,୦୦୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Share