ଭୁଶୁଡ଼ିଲା ଗାର୍ଡ ଓ୍ବାଲ୍‌

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଗାର୍ଡଓ୍ବାଲ ଧସିପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଗାର୍ଡ ଓ୍ବାଲ ଭୁଶୁଡି ପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରାନିକେତା ଘାଟିର ଇକୋ ରିଟ୍ରିଟ ନିକଟରେ ପୂର୍ବରୁ ଉକ୍ତ ରାସ୍ତାରେ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ପାଇନ ଗଛ ଉପୁଡି ଜାତୀୟ ରାଜପଥରେ ଯାତାୟାତ ସମସ୍ୟା ଦେଖାଯାଇଥିଲା। ଏବେ ଗାର୍ଡ ଓ୍ବାଲ ଭୁଶୁଡିପଡ଼ିବାରୁ ସେହି ରାଜପଥ ଦେଇ ଯାତାୟାତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି।